ହିଞ୍ଜିଳି ପୋଖରୀର ସମୀକ୍ଷା କଲେ ଜିଲ୍ଲାପାଳ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ- ଶେଷଦେବ ସାହୁ)ହିଞ୍ଜିଳିକାଟୁ ପୌରପରିଷଦର ଥିବା ହିଞ୍ଜିଳି,ନୂଆଁଗଡ଼,ଆଙ୍କୋରଡ଼ା ଓ ବେବର୍ତା ପୋଖରୀର ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ନିଷ୍ପତି ନେଇ କାର୍ଯ୍ୟ ଆରମ୍ଭ କରିଥିଲା, ତେବେ ସେଥିମଧ୍ୟରୁ କେବଳ ହିଞ୍ଜିଳି ପୋଖରୀକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପୋଖରୀର କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିଥିବା ବେଳେ ହିଞ୍ଜିଳି ପୋଖରୀର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଚିଂଛି । ପ୍ରାୟ ୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଖରୀର ଅଚଂଳର ଲୋକ ମାନେ ପୋଖରୀର ସ୍ଥିର ପାଣିରେ ପୋଖରୀର ଚର୍ତପ୍ୱାଶ୍ୱର୍ରେ ମନ୍ଦିର ସମେତ ପାହାଡ଼ ଓ ପାର୍କ ସମେତ ଉକ୍ତ ପୋଖରୀରେ ଦର୍ଶକ ମାନଙ୍କ ନିମନ୍ତେ ବୋଟିଂର ମଜା ନେବାର ମଧ୍ୟ ସୁବିଧା ଅଛି ସେହିପରି ପୋଖରୀରର ମଧ୍ୟ ଭାଗରେ ଏକ ବିରାଟ ଗଣେଷଙ୍କ ପ୍ରତିମୂର୍ତି ମଧ୍ୟ ସ୍ଥାନ ପାଇଛି । ତେବେ ଏହି ପୋଖରୀକୁ ଆସନ୍ତା ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗ୍ରସ୍ତ ବେଳେ ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେଥିନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ହିଞ୍ଜିଳି ଗ୍ରସ୍ତ କରି ଏହି ପୋଖରୀର ଶେଷ ପର୍ଯ୍ୟାୟର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୟରେ ଜିଲାପାଳ ପୋଖରୀ ନିକଟରେ ଥିବା ନିର୍ମାଣଧିନ ଶୌଚାଳୟକୁ ମଧ୍ୟ ବୁଲି ଦେଖିବା ସହିତ ବରାହୀ ପାହାଡ଼କୁ ଏକ ପର୍ଯ୍ୟଟନସ୍ଥଳ କରିବା ନିମନ୍ତେ ବ୍ଲ୍ୟୁପ୍ରିଟଂ ପ୍ରସ୍ତୁତ କରିବା ନିମନ୍ତେ କହିଥିଲେ । ସେହିପରି ସହରର ଡ଼୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ପୌରପରିଷଦ ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ପୌରପରିଷଦର କନିଷ୍ଠ ଯନ୍ତ୍ରୀ ଦିଲିପ କୁମାର ମିଶ୍ର,ମାନସ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।