ହିଞ୍ଜିଳି ବିଜେପିର ଶୁସାଶନ ଦିବସ ପାଳିତ
ହିଞ୍ଜିଳିକାଟୁ,(ଶେଷଷଦବ ସାହୁ): ରାଜ୍ୟ ମୁଖିିଆଙ୍କ ଗଡ଼ ହିଞ୍ଜିଳିକାଟୁ ଠାରେ ଶୁକ୍ରବାର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀକୁ ହିଞ୍ଜିଳି ବିଜେପି ପକ୍ଷରୁ ଶୁସାଶନ ଦିବସ ଭାବେ ପାଳନ କରାଯାଇଛି । କଂଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର ଯୋଗଦେଇ ଅଟଳଜୀଙ୍କ ଜୀବନ କାହାଣୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ, କାରଗିଲ ବିଜୟ, ଗ୍ରାମାଂଚଳର ଅର୍ଥନିତୀରେ ବିକାଶ, ସର୍ବଶିକ୍ଷା ଅଭିଯାନ ଇତ୍ୟାଦି ଯୁଗାନ୍ତକାରୀ ଯୋଜନା ଗୁଡ଼ିକର ପ୍ରଣୟନ କରିଥିଲେ । ଅଟଳଜୀଙ୍କ ଅଧୁରା ସ୍ୱପ୍ନକୁ ଆଜି ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁର୍ଣ୍ଣ କରିବାରେ ସଫଳ ହୋଇଛନ୍ତି । ଆଗାମୀ ଦିନରେ କୃଷକ ମାନଙ୍କ ବୃହତ ସ୍ୱାର୍ଥ ପାଇଁ ମୋଦି ସରକାର ଯେଉଁ ୩ଟି ବିଲ୍ ପାରିତ କରିଛନ୍ତି, ତାହାକୁ ପ୍ରତ୍ୟେକ ପରିବାରରେ ପଂହଚାଇବା ପାଇଁ ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ମହାପାତ୍ରଙ୍କ ନେତୃତ୍ୱରେ ଆଗାମୀ ଦିନରେ ଗାଁ ଚାଲ ଅଭିଯାନ ମାଧ୍ୟମରେ ସଫଳ କରିବା ପାଇଁ ବୈଡକରେ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ଅନୁରୁପ ଭାବେ ସିକିରି ମଣ୍ଡଳ ସଭାନେତ୍ରୀ ରଶ୍ମିତା ବେହେରାଙ୍କ ତତ୍ୱାବଧାନରେ ସିକିରି ଠାରେ ମଧ୍ୟ ଅଟଳଜୀଙ୍କ ଜନ୍ମ ଜୟନ୍ତିକୁ ଶୁସାଶନ ଦିବସ ଭାବେ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରିନା ଗୌଡ଼, ଅପୁର୍ବ ଗୌଡ଼, ବନିତା ଗୌଡ଼, ପିଙ୍କି ଦାଶ, ରେଖୀ ଦାଶ, ଲିଙ୍ଗରାଜ ଗୌଡ଼, ଶଙ୍କର ଦାଶ, ଅନନ୍ତ ଗୌଡ଼, କିର୍ତନ ଗୌଡ଼, ଲଭଲିନ ବେହେରା, ବିକାଶ ମହାନ୍ତି, ଗଣ୍ଡଳା ମଣ୍ଡଳ ସଭାପତି ଉମାକାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।


