ହିଞ୍ଜିଳି ବ୍ଳକରେ ବିଜେପିର ବିଜୟ ସଂକଳ୍ପ ଯାତ୍ରାକୁ ସ୍ୱାଗତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ବିଜୟ ସଂକଳ୍ପ ଯାତ୍ରା ଶୁକ୍ରବାର ଦିନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ଜୋନର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନପଥପ୍ରାନ୍ତ ସଭା ମାଧ୍ୟଢ଼ରେ ମୋଦୀ ସରକାରଙ୍କର ବିଗତ ୫ ବର୍ଷର ଭ୍ରଷ୍ଟାଚାର ମୁକ୍ତ, ନିର୍ମଳ, ସୁ।।ସନ, ସବକା ସାଥ ସବକା ବିକାଶେ, ଦେଶର ସୁରକ୍ଷା, ସବୁ ବର୍ଗର ଲୋକ ମାନଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଗରିବ, ମଧ୍ୟବିତ ପରିବାରଙ୍କ ପାଖରେ ପଂହଚିଛି ଓ ତାହାର ଉପଲବ୍ଧି ଜନସାଧାରଣ ପାଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ଓଡ଼ିଶାକୁ ଦେବାଳିଆ ସ୍ଥିତିକୁ ନେବା, ମିଛ ପ୍ରଚାର, କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରିବା ତଥା ସମସ୍ତ କ୍ଷେତ୍ରରେ ବିଫଳ ହୋଇଛି ।ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ତରଫରୁ ସରକାର ଗଠନ ହେଲେ ଜନସାଧାରଣଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ସ୍ଥାୟୀ ଘର, ବେରୋଜଗାରିଆକୁ ରୋଗଜଗାରକ୍ଷମ କରିବା ପାଇଁ ୬ ମାସ ମଧ୍ୟରେ ପୂର୍ଣ୍ଣ କରିବ ବୋଲି ପ୍ରତିଶୃତି ପତ୍ର ମାଧ୍ୟମରେ ଜନସାଧାରଣଙ୍କ ଠାରୁ ଗ୍ରହଣ କରାଯାଉଅଛି । ଅନୁରୂପ ଭାବେ ଶନିବାର ଦିନ ସ୍ଥାନୀୟ ବ୍ଳକ ସିକିରି ଜୋନରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଗଣ୍ଡଳା ମଣ୍ଡଳ ବିଜେପି ସଭାପତି ଉମାକାନ୍ତ ପାଢି, ଉପସଭାପତି ତ୍ରିଲୋଚନ ତ୍ରିପାଠୀ, ସ୍ୱାଧିନ ଦାଶ, ବିଚିତ୍ରାନନ୍ଦ ମୁନି, ନିରାକାର ସାହୁ, ଚାଷୀ ନେତା ସିମାଂଚଳ ଖୁଂଟିଆ, ଡ଼ାକ ବିଶ୍ୱାଳ, ମାର୍କଣ୍ଡ ପାଣିଗ୍ରାହୀ, ବ୍ରଜ କିଶୋର ନାହାକ, ଅରୁଣ ପାଢି, ତ୍ରିନାଥପଟ୍ଟନାୟକ, ପୌରାଂଚଳ ସଭାପତି ମାଧବ ଗୌଡ଼, ପରମାନନ୍ଦ ସାହୁ, ହରିକୃଷ୍ଣ ସାହୁ, ଚକ୍ରପାଣି, ଜଗନ୍ନାଥ ପ୍ରଧାନ, ପାର୍ଥ ସାରଥୀରାଉତ, କଂସ ସ୍ୱାଇଁ, ଶିବା ପାତ୍ର, ଶେଷଦେବ ପଣ୍ଡା, ବରିଷ୍ଟ ନାରୀ ନେତ୍ରୀ ରଶ୍ମିତା ବେହେରା, କୁମାରୀ ବରଡ଼, ସୁନିତାସାହୁ, ମିନାକ୍ଷି ପଣ୍ଡା, ଇ. ରଶ୍ମିତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।