ହିଞ୍ଜିଳି ବ୍ଳକର ୧୦ ଉଚ୍ଚ ବିଦ୍ୟାଳୟର ଭିତିଭୁମି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଜୁନ ୧୫ ମଧ୍ୟରେ ବିଦ୍ୟାଳୟ ଭିତିଭୂମି ଓ ଉତମ ପରିବେଶ ଶେଷ କରିବା ପାଇଁ ଗୁରୁତ୍ୱାରୋପ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୂଳ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ୨୩ଟି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାବାର ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଗ୍ରସ୍ତ କରିଛନ୍ତି । ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ପଂହଚି ବିଡ଼ିଓଙ୍‌କ ସହ ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସର୍ମ୍ପକରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ବ୍ଳକର କଂଚୁରୁ, ଦୟାପଲ୍ଲୀ, ଖରିଡ଼ା, ରାଳବ, ନନ୍‌ଦିକ, ପୁଟିଆପଦର, ଧୋବାଡ଼ି, ସାହାପୁର, ବେଲଗାଁ ଓ ଗଣ୍ଡଳା ପଂଚାୟତରେ ରହିଥିସବା ୧୦ଟି ଉଚ୍ଚ ବିଦ୍ୟାଳୟର ଭିତିଭୂମି ଅନୁଧ୍ୟାନ କରିଥିଲେ । ପାଠାଗାର, କମ୍ପ୍ୟୁଟର ପ୍ରକୋଷ୍ଠ, ଉନ୍ନତ ମାନର ଶୌଚାଳୟ, ପାନୀୟଜଳର ବନ୍ଦୋବସ୍ତ, ସ୍ମ୍ରାଟ୍ କ୍ଳାସରୁମ ଆସନ୍ତା ଜୁନ ୧୫ ତାରିଖ ସୁଦ୍ଧା ଶେଷ କରିବା ସକାଶେ ବିଭାଗୀୟ ଅଧିକାରୀ ଓ ସରଂପଚ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରିଥିଲେ । ବିଦ୍ୟାଳୟ ଭତିଭୂମିର ପୁର୍ନବିନ୍ୟାସ ସହ ଉତମ ପରିବେଶ ବ୍ୟବସ୍ଥା ସର୍ମ୍ପକରେ ଜିଲ୍ଲାପାଳ କୁଲାଙ୍ଗେ ଗୁରୁତ୍ୱାରୋପ କରିଥିଲେ । ପରେ ଜିଲ୍ଲାପାଳ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମୋ ଉପକାରୀ ବଗିଚା, ଘାସ ଚାଷ ଏବଂ ଜମି ସମତୁଲ ସହ ହିଡ଼ ମଜବୁତ ଉପରେ ଚାଲିଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ମୁଖ୍ୟତଃ ଗ୍ରାମୀଣ ଅଧିବାସଙ୍କ ଆର୍ଥୀକ ମାନଦଣ୍ଡ ଉପରେ ଅଭିବୃଦ୍ଧି ଗଟିବା ସହ ହିତାଧିକାରୀ ମାନେ ସ୍ୱାବଲମ୍ବୀ ହୋଇପାରିବେ ସେଥି ପ୍ରତି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ସହାକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ, ଜନ ପ୍ରତିନିଧି, କନିଷ୍ଠ ଯନ୍ତ୍ରୀ, ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ୩୧ ଜାନୁୟାରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଳକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ଗୁଡ଼ିକର ଅଭାବ, ଅସୁବିଧା ସର୍ମ୍ପକରେ ବିଭାଗୀୟ ଅଧିକାରୀ ଓ କର୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏବଂ ଚଳିତ ମାସ ୯ ତାରିଖରେ ଗଞ୍ଜାମ ଜିଲ୍ଲାପା କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଳକର ୧୩ଟି ଉଚ୍ଚ ବିଦ୍ୟାଳୟର ଭିତିଭୂମି ଅନୁଧ୍ୟାନ କରି ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ