ହିଞ୍ଜିଳି ବ୍ଳକର ୪ କୃତୀ ପ୍ରତିଯୋଗୀ ସମ୍ବର୍ଦ୍ଧିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ମୁକାବିଲା ପାଇଁ ଜନସଚେତନା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଜିଲ୍ଲାବାସୀଭ୍‌କ ସହଯୋଗ ଓ ସଚେତନ ଫଳରେ ସ୍ରଂକମଣ ଓ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କରୋନା ମହାମାରୀରୁ ଜିଲ୍ଲାକୁ ସଂକ୍ରମଣ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାରେ କୋଭିଡ଼ ସପ୍ତାହ ସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା । ସେପ୍ଟମ୍ବର ୨୪ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟେବାର ପହିଲା ପର୍ଯ୍ୟନ୍ତ ଏହାକୁ ପ।।ଳନ କରାଯାଇଥିଲା । ଜନସଚେତନତାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କୁ ନେଇ ୭ଟି ବର୍ଗରେ ଭର୍ଚୁଆଲ ମୋଡ଼ରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରତିଯୋଗିତାରେ ହିଞ୍ଜିଳି ବ୍ଳକର ୪ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଛନ୍ତି । ଇଂରାଜୀ ବକୃତାରେ ଗଣ୍ଡଳା ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ୮ମ ଶ୍ରେଣୀ ଛାତ୍ରୀ ଇ. ସଞ୍ଜିତା ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୌରାଂଚଳ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ସୁନିତା ସାବତ, ପଦ୍ୟାବୃତି ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ର ଅର୍ପିତ ସାହୁ ଓ ଓଡ଼ିଆ ବକୃତାରେ ସିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ତୁଳସି ପଣ୍ଡା ୩ୟ ସ୍ଥାନ ଅଧିକାର କରିଥିଲେ । ଗାନ୍ଧୀ ଜୟନ୍ତି ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ହିଞ୍ଜିଳି ବ୍ଳକର ୪ ପ୍ରତିଯୋଗୀଙ୍କୁ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ସିଲ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଜନ୍ମେଜୟ ସାହୁ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ