ହିଟ୍-ମ୍ୟାନ୍ ରୋହିତ ଶର୍ମାଙ୍କ ଛକାରେ ଦର୍ଶକଙ୍କ ନାକ ଫାଟିଲା

ବେଙ୍ଗାଲୁରୁ, (ୱାଇଏନ୍ଏସ୍) :ରୋହିତ ଶର୍ମା ଛକା ମାରିବାରେ ସିଦ୍ଧହସ୍ତ ତେଣୁ ତାଙ୍କୁ ପ୍ରଶଂସକମାନେ ଶ୍ରଦ୍ଧାରେ ହିଟ୍-ମ୍ୟାନ୍ କହିଥାଆନ୍ତି। । ରୋହିତଙ୍କ ପୁଲ୍ ସଟ୍ ବିଶ୍ଵ ପ୍ରସିଦ୍ଧ। ତେବେ ରୋହିତଙ୍କ ପୁଲ୍ ସଟ୍ ଯୋଗୁଁ ଜଣେ ଦର୍ଶକ ଆହତ ହୋଇଛନ୍ତି । ବେଙ୍ଗାଲୁରୁର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନରେ ନିଜର ସଂକ୍ଷିପ୍ତ ସ୍କୋର ମଧ୍ୟରେ ଅଧିନାୟକ ରୋହିତ ଶର୍ମା ଏକ ପୁଲ୍ ସଟ୍ ଖେଳିଥିଲେ। ପୁଲ୍ ସଟଟି ବାଉଣ୍ଡାରୀ ବାହାରକୁ ଯାଇ ଷ୍ଟାଡିୟମ ବାହାରେ ଥିବା ଜଣେ ଦର୍ଶକଙ୍କ ନାକରେ ବାଜିଥିଲା ଯାହାଦ୍ଵାରା ଦର୍ଶକଙ୍କ ନାକର ହାଡ ଭାଙ୍ଗି ଯାଇଥିଲା । ଭାରତର ପ୍ରଥମ ଇଂନିସର ଷଷ୍ଠ ଓଭରରେ ବିଶ୍ଵ ଫର୍ଣ୍ଣାଣ୍ଡୋଙ୍କ ଏକ ବଲକୁ ରୋହିତ ଶର୍ମା ଛକାରେ ପରିଣତ କରିଥିଲେ । ସୂଚନା ଅନୁସାରେ ବଲଟି ମ୍ୟାଚ ଦେଖୁଥିବା ୨୨ ବର୍ଷୀୟ ପ୍ରଶଂସକ ଗୌରଭ ବିକାଶଙ୍କ ନାକରେ ବାଜିଥିଲା ଓ ତାଙ୍କ ନାକର ହାଡରେ ଗଭୀର ଆଘାତ ଲାଗିଥିଲା । କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ଗୌରବଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରିଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା ଯେଉଁଠି ତାଙ୍କ ନାକରେ ପଟି ବନ୍ଧା ଯାଇଛି। କିଛି ଦିନ ପରେ ପଟି ଖୋଲିବାକୁ ତାଙ୍କୁ ଡାକ୍ତର କହିଛନ୍ତି । ଭାରତର ପ୍ରଥମ ଇଂନିସରେ ରୋହିତ ଶର୍ମା ୨୫ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ସହ ମାତ୍ର ୧୫ ରନରେ ଆଉଟ୍ ହୋଇଥିଲେ। ଭାରତ ପ୍ରଥମ ଇଂନିସରେ ୨୫୨ ରନରେ ଅଲଆଉଟ୍ ହେବା ପରେ ଶ୍ରୀଲଙ୍କା ପ୍ରଥମ ଇଂନିସରେ ମାତ୍ର ୧୦୯ ରନରେ ଅଲଆଉଟ୍ ହୋଇଛି। ଏହପରେ ଭାରତ ଦ୍ଵିତୀୟ ଇଂନିସରେ ବ୍ୟାଟିଂ ଆରମ୍ଭ କରି ଶେଷ ଖବର ହସ୍ତଗତ ହେବା ବେଳକୁ ୩ ଓ୍ଵିକେଟ ହରାଇ ୧୨୬ ରନ୍ କରିଛି ଓ ୨୬୯ ରନରେ ଆଗୁଆ ରହିଛି। ଦ୍ଵିତୀୟ ଇଂନିସରେ ରୋହିତ ଶର୍ମା ୭୯ଟି ବଲ ଖେଳି ୪ଟି ଚୌକା ସହ ୪୬ ରନ୍ କରି ଆଉଟ୍ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ