ହିତକାରୀ ବୀଜାଣୁ

ଦୀର୍ଘ ସମୟ ଧରି ଚାଲିଥିବା ଗବେଷଣାରୁ ଜଣାପଡିଛି ଯେ ସୁସ୍ଥ ଜୀବନ ବା ନିରୋଗ ରହିବା ପାଇଁ ହିତକାରୀ ବୀଜାଣୁର ମୁଖ୍ୟ ଭୂମିକା ରହିଛି । ତେବେ ଆସନ୍ତୁ ଜାଣିବା ନିରୋଗ ଜୀବନ ପାଇଁ ବୀଜାଣୁ କିଭଳି ଲାଭଦାୟକ ହୋଇପାରେ ।
ଦହିରେ ମୁଖ୍ୟତଃ ହିତକାରକ ବୀଜାଣୁ ରହିଥାଏ । ଏହା ଉଭୟ କୋଶିକା ଏବଂ ରୋଗ ପ୍ରତିରୋଧକ ପଦ୍ଧତିକୁ ସନ୍ତୁଳିତ ରଖିଥାଏ । ଏହାସହ ଦହି ଖାଦ୍ୟନଳୀକୁ ସଂକ୍ରମଣରୁ ରକ୍ଷା କରେ । ବ୍ରୋକୋଲି ଓ ଦହି ଅନ୍ତଃନଳୀ କର୍କଟ ରୋଗରୁ ରକ୍ଷା କରେ ।
ବିଭିନ୍ନ ପ୍ରକାର ଖାଦ୍ୟ: ହିତକାରକ ବୀଜାଣୁ ଥିବା ବିଭିନ୍ନ ପ୍ରକାର ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ସହ ଶରୀରରୁ ଅଦରକାରୀ ଚର୍ବି ନଷ୍ଟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଉତ୍ତମ ଅଟେ ।
ଅମ୍ଳ ସୃଷ୍ଟିକାରୀ ଖାଦ୍ୟ: ଭାରତୀୟମାନେ ପ୍ରାୟତଃ ଅମ୍ଳ ସୃଷ୍ଟିକାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଯେପରି ଇଟିଲି, ଦୋଷା, ଢୋକଲା ଓ ଦହି । ଏହି ସବୁ ଖାଦ୍ୟରେ ରୋଗ ପ୍ରତିରୋଧକାରୀ ଶକ୍ତି ଅଧିକ ଥାଏ ।
ଅନିଦ୍ରା: ଯଦି ରାତିରେ ନିଦ ହେଉ ନାହିଁ, ତେବେ ନିୟମିତ ରାତ୍ରିଭୋଜନରେ ଦହି ସାମିଲ କରନ୍ତୁ । ଧୀରେ ଧୀରେ ଏହି ସମସ୍ୟା ଦୂର ହେବ ।
ପାଚନ ପ୍ରକ୍ରିୟା: ନିୟମିତ ଦହି ସେବନ କରିବା ଅମୃତ ସଦୃଶ ହୋଇଥାଏ । ଏହା ଦ୍ୱାରା ରକ୍ତହିନତା ଓ ଦୁର୍ବଳତା ଦୂର ହୁଏ । ଏହା ସହ ପାଚନ ସକ୍ରିୟ ଭଲ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ