ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲ, ବିଡିଓ ଶୁଭଦର୍ଶନ ମିଶ୍ର, ଏବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରେ ସହାୟତା ରାଶି ପାଇବାକୁ ଥିବା ୪୦ ଜଣ ହିତାଧିକାରୀଙ୍କୁ ଷ୍ଟିକର ପ୍ରଦାନ କରାଯାଇଥିଲା । ଏଥିସହ ବନ୍ତ ଗ୍ରାମର ସୁଶାନ୍ତ ସାହୁ, ଶୁକଦେବ ସାହୁଙ୍କ ସମେତ ଅନ୍ୟ ହିତାଧିକାରୀଙ୍କ ଘର କାନ୍ଥରେ ସହାୟତା ରାଶିର ଷ୍ଟିକର ଲଗାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ