ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ପରିଚୟପତ୍ର ଓ ଭତ୍ତା ବଣ୍ଟନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ ଥିବା ଗ୍ରାମୀଣ ଅଧିବାସୀଙ୍କ କଲ୍ୟାଣ ନିମିତ୍ତ ରାଜ୍ୟ ସରକାର ବହୁ ଜନ ହିତକାରୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି।ଗ୍ରାମୀଣ ବିକାଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକରେ ସେମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଦେବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନର କାମ ସମ୍ପୂର୍ଣ୍ଣ କରିଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।ଏଥି ସହିତ ସାମାଜିକ ସୁରକ୍ଷାଏ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯାଇଛି।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷ ପରିସରରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ବଣ୍ଟନ ଓଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଆତ୍ମା ଅଧ୍ୟକ୍ଷ ଏ.ସୁଦର୍ଶନ ପ୍ରମୁଖ ମଞ୍ଚାସିନ ଥିଲେ ।ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଓ ଏହାର ସଦୁପଯୋଗ କରିବା ନିମନ୍ତେ କହିଥିଲେ। ହିଞ୍ଜିଳିକାଟୁ ବ୍ଲକର ୨୧ ପଞ୍ଚାୟତର ୪୬୧ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ପରିଚୟପତ୍ର ଓ ୩୯୫ ଜଣ ହିତାଧିକାରୀଙ୍କୁ ମଧୂବାବୁ ପେନସନ ଓ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ପ୍ରଦାନ କରାଯାଇଥିଲା । ସରପଞ୍ଚ ଭି ରବିନ୍ଦ୍ର, କେ.ଦୁର୍ଗା ପ୍ରସାଦ ରାଓ,ଲକ୍ଷ୍ମଣ ଗୌଡ଼, ରଘୁନାଥ ବେହେରା,ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ସାମାଜିକ ନିରାପତ୍ତା ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ, ଜିପିଇଓ ପ୍ରଶାନ୍ତ କୁମାର ରଥ, ପିଇଓ ସୁଶାନ୍ତ କୁମାର ପାତ୍ର, ବିଜୟ ସେଠୀ, ବାସୁଦେବ ବେହେରା,ଲୋକନାଥ ପାଢ଼ୀ, ଏସ ରାଜେଶ, ବୈଷ୍ଣବ ମଣ୍ଡଳ,ବେଣୁଧର ବେହେରା,ପ୍ରତାପ କୁମାର ସାହୁ, ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ସମେତ ଜନ ପ୍ରତିନିଧି ଓ ହିତାଧିକାରୀ ମାନେଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ