ହିତାଧୀକାରୀ ମାନଙ୍କୁ ପୋଷଣ କାର୍ଡ ବଂଟନ କଲେ ପ୍ରକଲ୍ପ ନିର୍ଦ୍ଦେଶକ
ଛତ୍ରପୁର,(ଦେବଦତ୍ତ ମହାରଣା ): ତରେଇ ପାଟପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ହିତାଧିକାରୀ ମାନଙ୍କୁ ପୋଷଣ କାର୍ଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉ ସାହେବ ଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହି କାର୍ଡ ମାଧ୍ୟମରେ ହିତାଧିକରୀ ମାନେ ସେମାନଙ୍କୁ ଛତୁଆ ଓ ଅଣ୍ଡା ଠିକ୍ ଭାବେ ମିଳିଛି ନା ନାହିଁ ଜାଣିପାରିବେ । ଏହା ସହିତ ଯେଉଁ ଦିନ ମିଳିଥିବ ସେହି ତାରିଖ ଏହି ପୋଷଣ କାର୍ଡରେ ଲେଖାଯାଇଥିବ । ଯାହା ଦ୍ୱାରା ଏହି ଯୋଜନାର ବାଟମାରଣ ହୋଇ ପାରିବନି ବୋଲି କୁହାଯାଇଛି । ପ୍ରକଳ୍ପ ନିଦ୍ଦେଶକ ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ କକ୍ଷ ପରିଦର୍ଶନ କରି କାନ୍ଥରେ କରାଯାଇଥିବା ସମସ୍ତ ଚିତ୍ର ଗୁଡ଼ିକୁ ଦେଖିବା ସହ ପିଲା ମାନଙ୍କୁ ଠିକ୍ ଭାବେ ସ୍ୟୁଟର ମିଳିଛି ନା ନାହିଁ ତାହା ମଧ୍ୟ ତଦାରଖ କରିଥିଲେ । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲୀକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସାଧନ ଚନ୍ଦ୍ର ଦାସ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାର ନନ୍ଦ, ସୁପରଭାଇଜର କେ. ଅନିତା, ତରେଇପାଟପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଜୟନ୍ତି କୁମାରୀ ପାଢ଼ୀ, ଅଙ୍ଗନବାଡ଼ି କର୍ମୀ ରାଜେଶ୍ୱରୀ ପଟ୍ଟନାୟକ ଓ ହେଲ୍ପର୍ ଅଶୋକୀ ବେହେରାଙ୍କ ସମେତ ବହୁ ହିତାଧିକାରୀମାନେ ଉପସ୍ଥିତ ଥିଲେ ।