ହିନାଙ୍କୁ ମିଳିଲା ଆଉ ଏକ ବଡ଼ ପ୍ରୋଜେକ୍ଟ
ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍ ଏବେ ଏକାଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି । ଧାରାବାହିକ “କସୌଟି ଜିନ୍ଦେଗୀ କୀ-୨’ ଛାଡ଼ିବା ପରେ ସେ ତାଙ୍କ ଫିଲ୍ମ କ୍ୟାରିଅରକୁ ନେଇ ବ୍ୟସ୍ତ ଅଛନ୍ତି । ସେ ଫିଲ୍ମ “ଲାଇନ୍ସ’, ୱିଶ୍ ଲିଷ୍ଟ’ ଓ “ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ର ଶୁଟିଂ ପୂରା କରି ସାରିଲେଣି । ଏହା ସହିତ ସେ ମହେଶ ଭଟ୍ଟଙ୍କ ଫିଲ୍ମ “ହ୍ୟାକଡ’ର ଶୁଟିଂ ବି ଆରମ୍ଭ କରି ଦେଲେଣି । ସୂଚନା ଅନୁଯାୟୀ, ୟା ଭିତରେ ତାଙ୍କୁ ଆଉ ଏକ ପ୍ରୋଜେକ୍ଟ ମଧ୍ୟ ମିଳି ସାରିଛି, ଯାହା ଦ୍ୱାରା ସେ ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି ।
ହଙ୍ଗାମା ପ୍ଲେ’ର ଅପକମିଂ ୱେବ୍ ସିରିଜ୍ “ଡ୍ୟାମେଜ୍ ୨’ରେ ହିନା ଲିଡ୍ ରୋଲରେ ଅଭିନୟ କରୁଛନ୍ତି । ଏଥିରେ ତାଙ୍କ ସହିତ ଅଭିନେତା ଅଧ୍ୟନ ସୁମନ ଅଭିନୟ କରୁଛନ୍ତି । ଏହାର ଶୁଟିଂ ଆରମ୍ଭ ବି ହୋଇସାରିଲାଣି । ୪ ଦିନ ତଳେ ହିନା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଶୁଟିଂ ସେଟର କିଛି ଫଟୋ ଶେଆର୍ କରିଥିଲେ । ସେଥିରେ ତାଙ୍କ ସହିତ ସୁମନ ଓ “ଡ୍ୟାମେଜ୍ ୨’ର କ୍ର୍ୟୁ ମେମ୍ବରଙ୍କୁ ଦେଖିବାକୁ ମିଳିଥିଲା ।
ୱେବ୍ ସିରିଜ୍ “ଡ୍ୟାମେଜ୍’ ହଙ୍ଗାମା ପ୍ଲେର ପ୍ରଥମ ୱେବ୍ ସିରିଜ୍ ଥିଲା ଓ ଏଥିରେ ଅମୃତା ଖାନୱିଲକର୍ ଜଣେ ସିରିଏଲ୍ କିଲର୍ ଭୂମିକାରେ ଅଭିନୟ କରିଥିଲେ । ଏହା ଦେଶର ପ୍ରଥମ ସାଇକୋଲୋଜିକାଲ୍ ଡ୍ରାମା “ୱେବ ଶୋ’ ଥିଲା । ଏଥିରେ ଅମୃତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା । ଏବେ ହିନା ଖାନ୍ ଏହାର ସିକ୍ୱେଲରେ କିଛି କମାଲ କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା । ସୂଚନାଯୋଗ୍ୟ, ହିନା ପ୍ରଥମେ ଧାରାବାହିକ “ୟେ ରିସ୍ତା କ୍ୟା କେହେଲାତା ହୈ’ରେ ଡେବ୍ୟୁ କରିଥିଲେ । ଏଥିରେ ସେ ୮ ବର୍ଷ କାମ କରିବା ପରେ ୨୦୧୬ରେ ଶୋ’ ଛାଡ଼ି ରିଆଲିଟି ଶୋ’ “ଖତ୍ରୋ କେ ଖିଲାଡୀ’ରେ ଭାଗ ନେଇଥିଲେ । ଏହାପରେ ୨୦୧୭ ସେ “ବିଗ୍ବସ-୧୧’ରେ ଭାଗ ନେଇଥିଲେ ।