ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲା ହିନ୍ଦୁ ସୁରକ୍ଷା ମଞ୍ଚ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସମ୍ବଲପୁରରେ ହିନ୍ଦୁ ମାନଙ୍କ ଉପରେ ଯେପରି ବର୍ବରୋଚିତ ଆକ୍ରମଣ କରାଗଲା ତାର ପ୍ରତିବାଦ କରି ଆଜି ହିନ୍ଦୁ ସୁରକ୍ଷା ମଞ୍ଚ ହାଟଡିହି ବ୍ଲକ ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ହାଟଡିହି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ବଲପୁରରେ ଗତ ଏପ୍ରିଲ ୧୨ତାରିଖରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦ୍ୱାରା ଆୟୋଜିତ ବାଇକ ରାଲି ଉପରେ ମୁସଲମାନ ଅତିବାଦୀ ମାନଙ୍କ ଦ୍ୱାରା ଯେପରି ଅଚାନକ ଆକ୍ରମଣ କରାଗଲା ସେଥିରେ ଅନେକ ହିନ୍ଦୁ ଆହତ ହେବା ସହିତ ଅନେକ ହିନ୍ଦୁଙ୍କ ବାଇକ ମଧ୍ୟ ପୋଡାଗଲା । ସେହିପରି ଏପ୍ରିଲ ୧୪ତାରିଖରେ ଦଳେଇପଡା ଛକରେ ଦୁଇଜଣ ହିନ୍ଦୁଙ୍କୁ ରାତି ୧୧ଟା ୩୦ରେ ଯେପରି ମରଣାନ୍ତକ ଆକ୍ରମଣ କରାଗଲା ଓ ତା ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଏତେ ଘଟଣା ପରେବି ହିନ୍ଦୁ ସମାଜର ସଦସ୍ୟମାନେ ଶାନ୍ତିପୁର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଆସିଛନ୍ତି । ସରକାର ସମ୍ବଲପୁର ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ସକ୍ରୀୟ ମୁସଲମାନ ଅତିବାଦୀ ମାନଙ୍କୁ ଦବନ କରନ୍ତୁ । ଷଡଯନ୍ତ୍ରକାରୀ ମାନଙ୍କୁ ଚିହ୍ନଟ କରି ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିଥିବା ଅପରାଧି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବିପତ୍ରରେ ଉଲେଖ କରିଛନ୍ତି । ଆଜି ଦିନ ୧୨ଟାବେଳେ ହିନ୍ଦୁ ସୁରକ୍ଷା ମଞ୍ଚ ହାଟଡିହିର ଅଜୟ କୁମାର ସାହୁ, ଅଭିରାମ ସାହୁ, ଜଗନ୍ନାଥ ପୃଷ୍ଟି, ଜଗନ୍ନାଥ ମଣ୍ଡଳ, ସଂଗ୍ରାମ ବେହେରା, ମାନସ କୁମାର ବେହେରା, ନିତ୍ୟାନନ୍ଦ ପୃଷ୍ଟି, ହରମୋହନ ଶାସିନି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଦିପ୍ତୀମୟୀ ଖୁଣ୍ଟିଆ, ଶୁଭାଦ୍ରି ବଳିୟାର ସିଂ, ଅଧର କୁମାର ବେହେରା,ଜଦୁମଣି ମୁଖି, ସୁଧାଶୁଂ ସାହୁ, ରାହୁଲ ଘଡେଇ, ହେମନ୍ତ ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ ସଦସ୍ୟ ଏକ ଏକ ବିକ୍ଷୋଭ ପଟୁଆରରେ ବ୍ଲକପରିସର ପର୍ଯ୍ୟନ୍ତ ଯାଇ ବିଡିଓ ବୀନିତା ବିଜୟିନୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


