ହିନ୍ଦୁଜାଗରଣ ମଂଚ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ
ଖୋର୍ଦ୍ଧା (ଓ୍ବାଇଏନ୍ଏସ୍) : ଆମ ଦେଶର ପୋଲିସ, ପ୍ରଶାସନ, ଡାକ୍ତର , ସ୍ୱଚ୍ଚତା କର୍ମଚାରୀ ଓ ସାମ୍ବାଦିକ ଭାଇ ଓ ଭଉଣୀମାନେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ନିଜ ଜୀବନ ଓ ପରିବାରକୁ ତୁଚ୍ଛ କରି କରୋନା ଯୁଦ୍ଧରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ହିନ୍ଦୁ ଜାଗରଣ ମଂଚ, ଖୋର୍ଦ୍ଧା ଜିଲ୍ଲା ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ତହସିଲ କର୍ମଚାରୀଙ୍କୁ ମଂଚ ପକ୍ଷରୁ ଫୁଲ ଚନ୍ଦନରେ ବନ୍ଦାପନା କରିବା ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସରକାରଙ୍କ ସମସ୍ତ ନିୟମ ମାନିବା ସହିତ ସାମାଜିକ ଦ୍ୱରତ୍ୱ ବଜାୟ ରଖି ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦୀପ୍ତି ସୁନ୍ଦର ରାଉତରାୟ, ସ୍ୱାଧୀନ ମହାପାତ୍ର, ସଂଜୀତ ପାଟ୍ଟଶାହାଣୀ , ଜୟ ପ୍ରକାଶ ପଟ୍ଟନାୟକ, ଅଶ୍ୱୀନ ମହାପାତ୍ର, ସୁଭମ ମହାପାତ୍ର ସମତେ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।


