ହିନ୍ଦୁଧର୍ମ ପ୍ରତି ଅପମାନଜନକ ମନ୍ତବ୍ୟକୁ ବ୍ରାହ୍ମଣ ସମାଜର ବିରୋଧ; ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ହିନ୍ଦୁଧର୍ମର ବିଚାରଧାରା ଓ ବିଭିନ୍ନ ଧାର୍ମିକ ଚରିତ୍ର, ଉପାସନା ଓ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରିବାକୁ ପ୍ରବର୍ତ୍ତାଇ ସେମାନଙ୍କୁ ଶୋଷଣ କରୁଥିବା ଭଳି ନାନା ପ୍ରକାର ମନ୍ତବ୍ୟ ଜନୈକ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଏବଂ ହିନ୍ଦୁ ଦେବାଦେବୀଙ୍କ ବିଷୟରେ ଭର୍ତ୍ସନା କରିବା ସହିତ ସେମାନଙ୍କ ନାମରେ ମିଥ୍ୟା ଏବଂ ଅଶ୍ଳୀଳ ମନ୍ତବ୍ୟ ଦେବା ଘଟଣାକୁ କନ୍ଧମାଳ ବ୍ରାହ୍ମଣ ସମାଜ ବିରୋଧ କରିବା ସହିତ ଏହି ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ କନ୍ଧମାଳ ବ୍ରାହ୍ମଣ ସମିତି ପକ୍ଷରୁ ପ୍ରଦାନ କରାଯାଇଛି । ଜିଲା ସଭାପତି ପିତାମ୍ବର ମିଶ୍ରଙ୍କ ନେତୃତ୍ୱରେ ସମିତିର ସମ୍ପାଦକ ବାଉରିବନ୍ଧୁ ମିଶ୍ର, ସଂଗଠନ ସମ୍ପାଦନ ପରେଶ ମହାପାତ୍ର ସଦସ୍ୟ ଯଦୁନାଥ ସାହୁ, ନିରଞ୍ଜନ ପାଣ୍ଡେ, ନବକିଶୋର ରଥଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ମିଶି ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଏଥିରେ ବିଭିନ୍ନ ଦାବି ସଂପର୍କରେ ଉଲ୍ଲେଖ କରାଯାଇଛି। ବିଶେଷ କରି ଗତ କଛିିଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ବ୍ରାହ୍ମଣ ସମାଜ ଲୋକଙ୍କୁ ପୂଜାବିଧି ଜରିଆରେ ଶୋଷଣ କରୁଥିବା ଏବଂ ଦେବାବଦେବୀ ମାନଙ୍କ ବିଷୟରେ ଅଶ୍ଳିଳ ମନ୍ତବ୍ୟ ପ୍ରଦାନ କରିଥିବା ବିଷୟକୁ ନିନ୍ଦା କରାଯିବା ସହିତ ହିନ୍ଦୁଧର୍ମର ଦେବାଦେବୀ ମାନଙ୍କୁ ଆଦିମ କାଳରୁ ବ୍ରାହ୍ମଣମାନେ ପୂଜା କରିଆସୁଛନ୍ତି। ବିଭିନ୍ନ ବର୍ଗର ଲୋକେ ମଧ୍ୟ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଆସିଛନ୍ତି ସେମାନଙ୍କର ନିଜ ଆଗ୍ରହ ଏବଂ ଭକ୍ତିରେ ବୋଲି ଉଲ୍ଲେଖ କରାଯାଇଛି । ଏଭଳି ମନ୍ତବ୍ୟ ପ୍ରସାର କରିବା ଦ୍ୱାରା ଲୋକଙ୍କର ଭାଇଚାରା ଭାବକୁ କୁଠାରଘାତ କରିଛି ବୋଲି ଉଲ୍ଲେଖ  କରାଯିବା ସହିତ ଜିଲ୍ଲା ପ୍ରଶାସନ ଏହିଭଳି ପ୍ରଚେଷ୍ଟାକାରୀଙ୍କ ପ୍ରତି ସଚେତନ ରହିବା ସହିତ ସେମାନଙ୍କୁ ଏଥିରୁ ନିବୃତ କରିବାରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବୀ କରିଛି ଜିଲ୍ଲା ବ୍ରାହ୍ମଣ ସମିତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ