ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ଓ ଭିଏଚ୍‌ପି ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ସମଗ୍ର ବ୍ରହ୍ମାଣ୍ଡର ଦେବତା । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିଷୟରେ ଜନସାଧାରଣଙ୍କୁ ଅନ୍ଧାରରେ ରଖାନଯାଉ, କୋଭିଡ-୧୯ର ସଂକ୍ରମଣତା ବଢୁଥିବାରୁ ରଥଯାତ୍ରା ସମ୍ବନ୍ଧରେ ପରମପୂଜ୍ୟ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ପରାମର୍ଶ ନିଆଯାଉ । ଏହା କୋଟି କୋଟି ହିନ୍ଦୁଙ୍କର ଭାବାବେଗର କଥା । ତେଣୁ ତୁରନ୍ତ ଏ ବିଷୟରେ ସକାରାତ୍ମକ ପଦକ୍ଷେପ ନିଆଯାଉ ବୋଲି ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ଙ୍କୁ ବିଶ୍ୱହିନ୍ଦୁ ପରିଷଦ ଓ ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ପ୍ରତିନିଧି ଦଳ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମହାମହିମ ରାଜ୍ୟପାଳ ଏହି ବିଷୟରେ ଗମ୍ଭୀରତା ପ୍ରକାଶ କରିବା ସହିତ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୃତି ପ୍ରଦାନ କରିଛନ୍ତି । ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ଆନନ୍ଦଜଜୀ ପାଣ୍ଡେ, ବିଭାଗ ସଂପାଦକ ଶ୍ରୀ ଉମାଶଙ୍କର ଆଚାର୍ଯ୍ୟ ଓ ହିନ୍ଦୁଜାଗରଣ ସାମ୍ମୁଖ୍ୟର ପ୍ରାନ୍ତ ଅଧ୍ୟକ୍ଷ ଶ୍ରୀ ଅଜିତ୍ କୁମାର ପଟ୍ଟନାୟକ ରାଜଭବନକୁ ଯାଇ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ