ହିନ୍ଦୁ ଦେବାଦେବୀ କୁ ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଚାପା ଉତ୍ତେଜନା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଚାପା ଉତ୍ତେଜନା ଦେଖାଯିବା ସହ ଉକ୍ତ ଯୁବକ କୁ ତୁରନ୍ତ ଗିରଫ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ କନ୍ଧମାଳ ହିନ୍ଦୁ ସଙ୍ଗଠନ ପକ୍ଷରୁ ସମଗ୍ର ସହର ରେ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପୂର୍ଣ୍ଣ ସମର୍ଥନ ଥିବା ଯୋଗୁଁ ଏହା ଉଗ୍ର ରୂପ ନେବା ଆଶଙ୍କା କରାଯାଉଅଛି । ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଜଣେ ମୁସଲମାନ ଯୁବକ ସଂପୃକ୍ତ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଉକ୍ତ ମୁସଲମାନ ଯୁବକକୁ ତୁରନ୍ତ ଗିରଫ କରାନଗଲେ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ତିବ୍ର କରାଯିବା ପାଇଁ ହିନ୍ଦୁ ପୁତ୍ର ସଙ୍ଗଠନ ନେତା ସୁରେଶ କୁମାର ପତି ଚେତାବନୀ ଦେଇଛନ୍ତି l ଏପଟେ ଜୈନକ ମୁସଲମାନ ଯୁବକଙ୍କୁ ଥାନା ରେ ପୁଲିସ ପଚରା ଉଚରା ଆରମ୍ଭ କରିଥିବା ଜଣାପଡ଼ିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ