ହିନ୍ଦୁ ସମାଜର ପରମ୍ପରା ଓ ଆସ୍ଥାର ରକ୍ଷା କରିବାର ଆବଶ୍ୟକତା
ଏକ ନିହିତ ସ୍ୱାର୍ଥ ଗୋଷ୍ଠୀଙ୍କର ଅଣଭାରତୀୟ ଦୃଷ୍ଟିକୋଣ ଚିନ୍ତାଧାରା ଦ୍ୱାରା ହିନ୍ଦୁ ଆସ୍ଥା ଓ ପରମ୍ପରାକୁ ଆଘାତ ଏବଂ ଅନାଦାର କଲାଭଳି ଯୋଜନବଦ୍ଧ ଷଡଯନ୍ତ୍ର ଚାଲି ଆସିଛି । ଶାବରୀମାଳା ମନ୍ଦିର ପ୍ରକରଣ ଏହି ଷଡଯନ୍ତ୍ରର ସଦ୍ୟ ଉଦାହରଣ ।
ହିନ୍ଦୁତ୍ୱ ଇଶ୍ୱରଙ୍କର ଏକମାତ୍ର ସ୍ୱରୂପ ଅଥବା ପୂଜା ପଦ୍ଧତିକୁ ସ୍ୱୀକାର କରିବା ତଥା ଅନ୍ୟମାନଙ୍କର ଆସ୍ଥା ପ୍ରତି ଅସ୍ୱୀକାର କରିବା ଭଳି ବିଚାର ନୁହେଁ । ଅପିତୁ ସଂସ୍କୃତିର ବିବିଧ ବିଶେଷ ରୂପରେ ଅଭିବ୍ୟକ୍ତ ହେଲାଭଳି ଏହା ହେଉଛି ଏକ ଜୀବନ ଦର୍ଶନ । ଏହାର ବିଶେଷତା ବିଭିନ୍ନ ପ୍ରକାର ପୂଜା ପଦ୍ଧତି, ସ୍ଥାନୀୟ ପରମ୍ପରା ଏବଂ ଉତ୍ସବର ଆୟୋଜନରେ ଦୃଷ୍ଟିଗୋଚର ହୁଏ । ଆମର ପରମ୍ପରାରେ ବିଦ୍ୟମାନ ଥିବା ବିଭେଦତା ପୂର୍ଣ୍ଣ ସୌନ୍ଦର୍ଯ୍ୟ ଉପରେ ଏକରୂପତା ର ନିରସତତ୍ତ୍ୱ ଲଦିଦେବା ଅସଂଗତ ମନେହୁଏ । ହିନ୍ଦୁ ସମାଜ ନିଜର ପ୍ରଥାମାନଙ୍କର ସମୟ ଏବଂ ଆବଶ୍ୟକତା ଅନୁସାରେ ପରିବର୍ତ୍ତନକୁ ସବୁବେଳେ ସ୍ୱାଗତ କରି ଆସିଛି । କିନ୍ତୁ ଏହିଭଳି ପ୍ରଚେଷ୍ଟା ସାମାଜିକ, ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁମାନଙ୍କର ମାର୍ଗଦର୍ଶନରେ ହୋଇଥାଏ ଏବଂ ଏଥିପାଇଁ ସର୍ବସାଧାରଣଙ୍କର ସହମତିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥାଏ । କେବଳ ଆଇନଗତ ପ୍ରକ୍ରିୟାମାଧ୍ୟମରେ ନୁହେଁ, ବରଂ ସ୍ଥାନୀୟ ପରମ୍ପରା ଏବଂ ସ୍ୱୀକୃତ ସାମାଜିକ ବ୍ୟବହାରରେ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଥାଏ ।
ବର୍ତ୍ତମାନ ସଂପୂର୍ଣ୍ଣ ହିନ୍ଦୁ ସମାଜ ଏକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିକୁ ସାମନା କରିଅଛି । କେରଳରେ କ୍ଷମତାରେ ଥିବା ବାମମୋର୍ଚ୍ଚା ସରକାର ମାନନୀୟ ଉଚ୍ଚତ୍ତମ ନ୍ୟାୟାଳୟଙ୍କ ସମ୍ବିଧାନ ପୀଠ ଦ୍ୱାରା ପବିତ୍ର ଶାବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କର ପ୍ରବେଶ ଆଦେଶକୁ ଲାଗୁ କରିବା ଅ।।ଳ ଦେଖାଇ ହିନ୍ଦୁମାନଙ୍କର ଭାବନାକୁ ପଦଦଳିତ କରୁଛି । ଶାବରୀମାଳାର ପରମ୍ପରା ଦେବତା ତଥା ଅଗଣିତ ଭକ୍ତମାନଙ୍କର ଏକ ଦିବ୍ୟ ସମ୍ବନ୍ଧ ଉପରେ ଆଧାରିତ । ଦୁର୍ଭାଗ୍ୟ ବିଷୟ ଏହି କି ଯେ, ନ୍ୟାୟାଳୟ ଆଦେଶକୁ ପାଳନ କରିବାକୁ ଯାଇ ଶହଶହ ବର୍ଷର ସମାଜ ସ୍ୱୀକୃତ ପରମ୍ପରାର ପ୍ରକୃତି ଓ ଏହାର ପୃଷ୍ଠ ଭୂମିକୁ ବିଚାରକୁ ନିଆଯାଇ ନାହିଁ । ଧାର୍ମିକ ପରମ୍ପରାର ମୁଖ୍ୟ ମାନଙ୍କର ମତାମତ ମଧ୍ୟ ନିଆଯାଇ ନାହିଁ । ମହିଳା ଭକ୍ତମାନଙ୍କର ଭାବନାକୁ ମଧ୍ୟ ଅଣ ଦେଖା କରାଯାଇଛି । ସାମଗ୍ରୀକ ବିଚାର ର ଅଭାବରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଶତାବ୍ଦୀ ଧରି ସ୍ଥାପିତ, ସଂରକ୍ଷିତ ଏବଂ ସମ୍ବର୍ଦ୍ଧିତ ବିବିଧତାରେ ଭରା ପରମ୍ପରା ଗୁଡିକୁ ଏହା ଦ୍ୱାରା ଶକ୍ତ ଆଘାତ ଲାଗିଛି । କେରଳର ମାର୍କସବାଦୀ ସରକାର ର କାର୍ଯ୍ୟକଳାପ ଆୟପ୍ପା ଭକ୍ତମାନଙ୍କ ମନରେ ମାନସିକ ଆଘାତ ଦେଇଛି । ନାସ୍ତିକ, ଅତିବାଦୀ, ବାମପନ୍ଥୀ, ମହିଳାକାର୍ଯ୍ୟକର୍ତ୍ତାମାନଙ୍କୁ ପଛଦ୍ୱାର ଦେଇ ମନ୍ଦିର ମଧ୍ୟରେ ପ୍ରବେଶ କରାଇବାର ରାଜ୍ୟ ସରକାରଙ୍କର ପ୍ରଚେଷ୍ଟା÷÷ ଭକ୍ତମାନଙ୍କ ଭାବନାକୁ ଗଭୀର ଭାବେ ଆହତ କରିଛି । ନିଜର କ୍ଷୁଦ୍ର ରାଜନୈତିକ ଲାଭ ଏବଂ ହିନ୍ଦୁ ସମାଜ ବିରୁଦ୍ଧରେ ବୈଚାରିକ ଯୁଦ୍ଧର ଅନ୍ୟ ଏକ ଦିଗ ଖୋଲିବା ନିମନ୍ତେ ସିପିଏମ୍ ଏହା କରୁଛି । ଏହି କାରଣରୁ ଆୟପ୍ପା ଭକ୍ତମାନେ ବିଶେଷକରି ମହିଳା ଭକ୍ତମାନଙ୍କ ଦ୍ୱାରା ନିଜର ଧାର୍ମିକ ସ୍ୱତନ୍ତ୍ରତା ଏବଂ ଅଧିକାରର ରକ୍ଷା ପାଇଁ ଏକ ସ୍ୱତ ସ୍ପୁର୍ତ୍ତ ଏବଂ ଅଦ୍ଭୂତ ପୂର୍ବ ଆନ୍ଦୋଳନ ଛିଡା ହେଲାଣି । ଗ୍ୱାଲିୟରର ଶିବପୁରୀ ଲିଙ୍କ ରୋଡ ନିକଟସ୍ଥ କେଦାରଧାମ ସରସ୍ୱତୀ ଶିଶୁ ମନ୍ଦିର ସଭାଗୃହରେ ଗତ ମାର୍ଚ୍ଚ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଏହି ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା ।
ଅଖିଳ ଭାରତୀୟ ପ୍ରତିନଧି ସଭା ସମସ୍ତ ଭକ୍ତମାନଙ୍କ ସାମୂହିକ ଭାବନାକୁ ହୃଦୟତାର ସହିତ ସମ୍ମାନ କରି ଏବଂ ମନ୍ଦିର ପରମ୍ପରାକୁ ରକ୍ଷା କରିବା ପାଇଁ ସଂଜମ ତଥା ଶାଳୀନତା ମାଧ୍ୟମରେ ସଂଘର୍ଷ ଜାରୀ ରଖିବା ପାଇଁ ଆହ୍ୱାନ କରୁଛି । ପ୍ରତିନିଧି ସଭା କେରଳ ସରକାରଙ୍କୁ ଅନୁରୋଧ କରୁଛି ଯେ, ଶ୍ରଦ୍ଧାଳୁମାନଙ୍କର ସମସ୍ତ ଆସ୍ଥା, ଭାବନା ଏବଂ ଗଣତାନ୍ତ୍ରୀକ ଅଧିକାରର ଆଦର କରି ନିଜ ନାଗରିକମାନଙ୍କ ଉପରେ ଅତ୍ୟାଚାର ନକରନ୍ତୁ । ପ୍ରତିନିଧି ସଭା ଏହା ମଧ୍ୟ ଆଶାକରେ ଯେ, ଉଚ୍ଚତମ ନ୍ୟାୟାଳୟ ଏ ବିଷୟରେ ଆଗତ ପୁର୍ନବିଚାର ମାମଲା ଏବଂ ଅନ୍ୟ ମାମଲା ଶୁଣାଳୀ କଲାବେଳେ ଏ ସମସ୍ତ ଦିଗ ଉପରେ ସାମଗ୍ରିକତା ୍ପୂର୍ବକ ବିଚାର କରିବ । ଅଖିଳ ଭାରତୀୟ ପ୍ରତିନିଧି ସଭା ରାଷ୍ଟ୍ରର ଜନସାଧାରଣ ମାନଙ୍କ ପାଖରୁ ଶାବରୀମାଳା ବଞ୍ଚାଅ ଆନ୍ଦୋଳନକୁ ସମସ୍ତ ପ୍ରକାର ସମର୍ଥନ କରିବା ପାଇଁ ଆହ୍ୱାନ କରୁଛି ।
ଭିସାକିଓ, ୪, ବୁଦେ୍ଧଶ୍ୱରୀ, ଭୁବନେଶ୍ୱର
-ଗୋଲଖ ଚନ୍ଦ୍ର ଦାସ