ହିନ୍ଦୁ ସମାଜ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଜେହାଦୀମାନଙ୍କ ଦ୍ୱାରା ଆକ୍ରମଣ ଏବଂ ହତ୍ୟା ଘଟଣାକୁ ଗଞ୍ଜାମ ଜିଲା ହିନ୍ଦୁ ସମାଜପକ୍ଷରୁ ଦୃଢ ନିନ୍ଦା

ଛତ୍ରପୁର, (ଦେବଦତ୍ତ ମହାରଣା):ସମ୍ବଳପୁର ଠାରେ ଗୁରୁବାର ଦିନ ହନୁମାନ ଜୟନ୍ତୀ ପାଳନ ବେଳେ ଶୋଭାଯାତ୍ରା ଉପରେ ହିନ୍ଦୁ ସମାଜ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଜେହାଦୀମାନଙ୍କ ଦ୍ୱାରା ପଥର,ଖଣ୍ଡା ଓ ଛୁରୀ ଆଦି ମାରଣାସ୍ତ୍ର ଦ୍ୱାରା ଆକ୍ରମଣ ଏବଂ ହତ୍ୟା କରାଯିବା ଘଟଣାକୁ ଗଞ୍ଜାମ ଜିଲା ହିନ୍ଦୁ ସମାଜପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏନେଇ ଯେଉଁମାନେ ଏହିଭଳି ଘଟଣା ଘଟାଇଛନ୍ତି ସେମାନଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀନେଇ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସକୁ ପ୍ରଦାନ କରାଯାଇଛି । ବିଗତ କିଛି ବର୍ଷ ହେବ ହିନ୍ଦୁମାନଙ୍କ ହତ୍ୟା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜଣକ ଅଟେ । ଏଥିରୁ ନିର୍ଦ୍ଦୋଷ ସାଧୁସନ୍ଥ ବି ବାଦ ପଡୁନାହାନ୍ତି । ଏହି ସମସ୍ତ ଘଟଣା ପାଇଁ ପିଏଫଆଇ,ଏସଡିପିଆଇ ଆଦି ବିଭିନ୍ନ ଆତଙ୍କି ସଂଗଠନ ଦାୟୀ ।ଏହି ସବୁ ସଂଗଠନ ଗୁଡିକୁ ତୁରନ୍ତ ପ୍ରତିବନ୍ଧିତ କରାଯିବା ପାଇଁ ଦାବୀ ହୋଇଛି । ଏହି ହିନ୍ଦୁ ବିରୋଧି ଷଡଯନ୍ତ୍ରକାରୀମାନଙ୍କୁ ଉପଯୁକ୍ତ ଦଣ୍ଡପ୍ରଦାନ ଗଞ୍ଜାମ ଜିଲା ହିନ୍ଦୁ ସମାଜ ପକ୍ଷରୁ ଦାବୀ ହୋଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲା ହିନ୍ଦୁ ସମାଜ ପକ୍ଷରୁ ମହନ୍ତଚିନ୍ମୟାନନ୍ଦ ଦାସ, ରାଜ୍ୟକାର୍ଯ୍ୟକାରିନୀ ସଦସ୍ୟ ପ୍ରଶାନ୍ତ କୁମାର କର, ରାଜୀବ ଖାଡଙ୍ଗା, ଶଙ୍କର ରେଡ୍ଡି, ବଳରାମ ମହାରଣା,ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ