ହିନ୍ଦୋଳରେ ଟ୍ରାଫିକ ଜଗୁଛନ୍ତି ଗାଈଗୋରୁ

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ମୁଖ୍ୟ ରାଜରାସ୍ତା ପାଲଟିଛି ମରଣଯନ୍ତା ।ହିନ୍ଦୋଳ ଏନ ଏସି ର ମୁଖ୍ୟ ରାସ୍ତା ସାରା, ସମସ୍ତ ବଜାର, ଛକ, ଗଳି ରାସ୍ତା ଉପରେ ସବୁଠି ପୋଷା ଗାଈଗୋରୁ ଭିଡ଼ ଜମେଇ ରହୁଛନ୍ତି l ଦିନରାତି ୨୪ଘଣ୍ଟା ମୁଖ୍ୟରାସ୍ତା ସବୁ ଅବରୋଧ କରି ରହୁଛନ୍ତି ଫଳରେ ସଡ଼କସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି l କେବଳ ସେତିକିନୁହେଁ ଆମ୍ବୁଲାନ୍ସ ସେବା ହେଉ ଅବା ଅଗ୍ନିଶମ ଗାଡି କିମ୍ବା ଜନନୀସୁରକ୍ଷା ଗାଡି ଭଳି ଜରୁରୀକାଳୀନ ସେବା ଯୋଗାଇବାରେ ବାଧକ ସୃଷ୍ଟି କରୁଛନ୍ତି ଶହଶହ ଗୋରୁଗାଈ l ହିନ୍ଦୋଳ ଏନଏସିରେ ଏହି ସମସ୍ୟା ପାଇଁ ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ