ହିନ୍ଦ ମଜଦୂର କିଷାନ ପଞ୍ଚାୟତ ର ଦ୍ଵିତୀୟ ବାର୍ଷିକ ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଡ଼ ମାଧପୁର ଗ୍ରାମରେ ହିନ୍ଦ ମଜଦୂର କିଷାନ ପଞ୍ଚାୟତର ଦ୍ଵିତୀୟ ବାର୍ଷିକ ସମ୍ମିଳନୀ ଅବସର ପ୍ରାପ୍ତ ଶ୍ରମ ଅଧିକାରୀ ନଗେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଯୋଗ ଦେଇ ନିର୍ମାଣ ଶ୍ରମିକଙ୍କ ଅଧିକାର ତଥା ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ମିଳୁଥିବା ବିଭିନ୍ନ ସହାୟତା ଉପରେ ଶ୍ରମିକ ମାନଙ୍କୁ ସୂଚନା ଦେଇଥିଲେ l ସମ୍ମାନିତ ଅତିଥି ଭାବେ ବାଘଳା ସରପଞ୍ଚ ହୀନ ଖୁଣ୍ଟିଆ, ବଡ଼ମାଧପୁର ସମିତିସଭ୍ୟା ତଥା ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ,ସରପଞ୍ଚ ଅର୍ଚ୍ଚନା ସେଠି, ମାନବାଧିକାର ମିଶନର ରାଜ୍ୟ ପ୍ରଭାରୀ ସଂଜୀବ ବିଶ୍ୱାଳ, ସଭାପତି ଦିଲ୍ଲୀପ ଧଳ, ମହିଳା ସଭାନେତ୍ରୀ ମଙ୍ଗରାଜ, କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିରେଖା ସାହୁ, ବରିଷ୍ଟ ଶିକ୍ଷକ ଶ୍ରୀକାନ୍ତ ନନ୍ଦ, ସଂଗଠନର ରାଜ୍ୟ ସମ୍ପାଦକ ସରତ କୁମାର ନାହାକ ପ୍ରମୁଖ ମଂଚାସୀନ ଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନର ଅଶୋକ ବିଶ୍ୱାଳ, ପୁର୍ଣଚନ୍ଦ୍ର ପାଢ଼ୀ, ବିଶ୍ୱ ରଞ୍ଜନ ପଣ୍ଡା, ମହେଶ୍ୱର ଦାସ ଓ ଲକ୍ଷ୍ମୀଧର ଦାସଙ୍କ ସମେତ ସଂଗଠନର ବହୁ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିବା ବେଳେ ବହୁ ହିତାଧିକାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ