ହିମାଂଶୁ ମହାରାଜଙ୍କ ହରି କଥାମୃତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଂଚୁକ ବ୍ରତ ଉଦଯାପିତ ହୋଇଯାଇଛି। ବ୍ଲକ ଅଧିନ ରାଢୋ ଵିଶ୍ଵେଶ୍ଵର ମହାଦେବଙ୍କ ପୀଠରେ ଆୟୋଜନ ହୋଇଥିବା ବାର୍ଷିକ ମହାଶିଵ ପୁରାଣ ପଞ୍ଚକ ଵ୍ରତ ସହିତ ଶେଷ ହୋଇଛି। ଉଦଯାପନୀ ସନ୍ଧ୍ୟାରେ କଥାକାର ଵ୍ୟାସ ହିମାଂଶୁ ମହାରାଜ ମହାଦେବଙ୍କ ପୀଠରେ ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କୁ ହରି କଥାମୃତ ପ୍ରଦାନ କରିଥିଲେ। ବିଶେଷ କରି ରାମଚରିତ ମାନସ ଏବଂ ଭାଗବତ ପୁରାଣ ସମ୍ପର୍କରେ କଥାକାର ସୁନ୍ଦର ପ୍ରବଚନ ପ୍ରଦାନ କରିଥିଲେ। ଏହା ସହିତ ଭଜନ କୀର୍ତ୍ତନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ହରି ପିପାସୁ ଜନସାଧାରଣ ମହାରାଜଙ୍କ ଦିବ୍ୟ ଵାଣୀରେ ଆତ୍ମ ବିଭୋର ହୋଇଥିଲେ। ଭଣ୍ଡାରିପୋଖରୀ ଶ୍ରୀ ରାମଦୟା ପରିଷଦ ପକ୍ଷରୁ ମଧ୍ୟ ପଞ୍ଚକ ବ୍ରତ ଅବସରରେ ବାର୍ଷିକ ପାରାୟଣ ଉଦଯାପିତ ହୋଇଯାଇଛି। ରହଣିଆ ଉତରେଶ୍ଵର ପୀଠ, ଆଖୁଆପଦା ହରପାର୍ବତୀ,ନେରଡା ସୁନା ମୁହିଁ,ଥଇଳା ଦୁଖେଶ୍ଵର ପୀଠ,ମାଳଦା ଛୋଟେଶ୍ଵର ପୀଠ,ଏକବୋଲା ଜଗନ୍ନାଥ ପୀଠରେ ବ୍ରତ ମହାସମାରୋହରେ ପାଳିତ ହୋଇଛି। ଏହାଛଡା ଅନ୍ୟାନ୍ୟ ଦେବଦେବୀ ପୀଠରେ ପଞ୍ଚକ ଵ୍ରତ ଉଦଯାପିତ ହୋଇଯାଇଛି।