ହିମାଂଶୁ ରାଜ୍ୟରେ ଦ୍ୱିତୀୟ ଟପ୍ପର୍
ବୋଲଗଡ଼ : ମଙ୍ଗଳବାର ଚଳିତ ବର୍ଷର ମାଟ୍ରିକ୍ଫଳ ପ୍ରକାଶ ପାଇଛି । ଏଥିରେ ସାରାରାଜ୍ୟରେ ଛାତ୍ରୀମାନେ ବିଶେଷ ସଫଳତା ପାଇଛନ୍ତି । ବିଶେଷ ସଫଳତା ହାସଲ କରିଥିବାବେଳେ ତାଳଚେରର ଶିବପ୍ରସାଦ ଦାଶ୍ ପ୍ରଥମ ସ୍ଥାନ ଅଧିକାର କରି ୫୭୮ ନମ୍ବର ରଖିଥିଲାବେଳେ ବାଙ୍କୀବ୍ଲକ୍ ଅଧିନସ୍ଥ କଳାପଥର ସରସ୍ୱତୀ ଶିଶୁମନ୍ଦିରର ହିମାଂଶୁ ଦାଶ ୫୭୫ ନମ୍ବର ରଖି ଦ୍ୱିତୀୟ ଟପ୍ପର ହୋଇଛନ୍ତି । ଦିନକୁ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ହିମାଂଶୁ କହିଛନ୍ତି । ଏହି ସଫଳତା ପାଇଁ ଗୁରୁଜୀଗୁରୁମା ଏବଂ ପିତା ପ୍ରଫୁଲ ଦାଶ, ମାତା ବିଜୟଲକ୍ଷ୍ମୀ ଦାଶଙ୍କୁ ସେ ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ସେ ଜଣେ ଆଇ ଏସ୍ ହେବାପାଇଁ ଲକ୍ଷ୍ୟ ରଖିଛନ୍ତି । ହିମାଂଶୁ ପାଠପଢୁଥିବା ସରସ୍ୱତୀ ଶିଶୁମନ୍ଦିରରେ ଚଳିତବର୍ଷ ୨୯ ପରୀକ୍ଷାର୍ଥିଙ୍କ ମଧ୍ୟରୁ ଏ-୧ ଜଣେ, ଏ-୨ ୭ ଜଣ , ବି- ୧ ୧୨ ଜଣ ଏବଂ ବି-୨ ୯ ଜଣ ଉପକୃତ ହୋଇଛନ୍ତିା ଏହି ବିଦ୍ୟାଳୟରେ ଆଖପାଖ ୧୫କିମି ପରିଧିରୁ ପ୍ରାୟ ୭୦୦ ପିଲା ଅଧ୍ୟୟନ କରନ୍ତି । ଏଠାରେ ସାଧାରଣ ବ୍ୟବସ୍ଥା ନଥିବା ସତ୍ତେ୍ୱ ଗୁରୁଜୀଗୁରୁମାମାନଙ୍କ ପରିଶ୍ରମ ଫଳରେ ଚଳିତ ବର୍ଷ ମଧ୍ୟ ଶତପ୍ରତିଶତ ସଫଳତା ପାଇଥିବା ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ କହିଛନ୍ତି ।


