ହିମାଞ୍ଚଳ ପ୍ରଦେଶର ସୋଲନରେ ତିନି ମହଲା କୋଠା ଭୁଷୁଡି ୧୮ ଯବାନ ମୃତ

ଅପେକ୍ଷା କରିଥିଲେ ଭୋଜନ କରିବାକୁ ,ଆଉ କିଛି ସମୟ ପରେ କରିଥାନ୍ତେ ଭୋଜନ ,କିନ୍ତୁ ଦଇବର ବିଧିବିଧାନ ସଂମ୍ପୂର୍ଣ୍ଣ ଅଲଗା ଥିଲା । ତିନି ମହଲା କୋଠା ଭୁଷୁଡି ୩୦ ରୁ ୩୪ ଜଣ ଚାପି ହୋଇରହିଥିବା କଥା କୁହାଯାଉଥିବା ବେଳେ ୧୮ ଜଣଙ୍କର ପ୍ରାଣହାନି ଘଟିଥିବା କଥା ସରକାରୀ ପ୍ରଶାସନ ତରଫରୁ କୁହାଯାଇଛି । ଏଭଳି ଏକ ଦୁର୍ଭଗ୍ୟ ଜନକ ଘଟଣା ଘଟିଛି ହିମାଂଚଳ ପ୍ରଦେଶର ସୋଲନର କୁମାରହଟ୍ଟୀ,ନାହନ ହାଇୱେ କଡରେ ନିର୍ମିତ ସେହଜ ଢାବା ପ୍ରବଳ ବର୍ଷା ଯୋଗୁଁ ଭୁଷୁଡିଥିବା କଥା କୁହାଯାଉଛି । ପ୍ରବଳ ବର୍ଷା କାରଣରୁ ରିଲିଫ କାର୍ଯ୍ୟ ଜାରୀ ରହିବା ସହ ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।ଶନିବାର ପ୍ରବଳ ବର୍ଷା ହୋଇଛି ଯାହା ବିଗତ ଦିନର ରେକର୍ଡ ଭାଙ୍ଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ