ହିରୋ ମୋଟର୍ସ ପକ୍ଷରୁ ମେଗାସର୍ଭିସ ଏବଂ ଏକ୍ସଚେଞ୍ଜ କାର୍ଣ୍ଣିଭାଲ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ହିରୋ ମୋଟର୍ସ ପକ୍ଷରୁ କରଞ୍ଜିଆ ର ମିଳନ ପଡିଆ ଠାରେ ଏକ ୩ ଦିବସୀୟ ମେଗାସର୍ଭିସ ଏବଂ ଏକ୍ସଚେଞ୍ଜ କାର୍ଣ୍ଣିଭାଲ ଆୟୋଜିତ ହୋଇଛି କରଞ୍ଜିଆ ଗୋଲେଇ ଠାରେ ଅବସ୍ଥିତ ହିରୋ କମ୍ପାନୀର ଅଧିକୃତ ବିକ୍ରେତା ଜେ.କେ. ମୋଟର୍ସ ଦ୍ୱାରା ଆୟୋଜିତ ଏହି ମେଗାସର୍ଭିସ ଏବଂ ଏକ୍ସଚେଞ୍ଜ କାର୍ଣ୍ଣିଭାଲ ରେ କମ୍ପାନୀର ତାଲିମ ପ୍ରାପ୍ତ ମେକାନିକ ଙ୍କ ଦ୍ୱାରା ନିଃଶୁଳ୍କ ସର୍ଭିସିଂ, ତାଲିମ ପ୍ରାପ୍ତ ବିଶେଷଜ୍ଞ ଙ୍କ ଦ୍ୱାରା ବାଇକ ସୁରକ୍ଷା ବାବଦ ରେ ଉପଯୋଗୀ ପରାମର୍ଶ ସେବା,ପୁରୁଣା ଗାଡି କୁ ଏକ୍ସଚେଞ୍ଜ କରି ନୂଆ ଗାଡି ପ୍ରଦାନ, ଅଳ୍ପ ସୁଧ ହାରରେ ଦୁଇଚକିଆ ବାଇକ ଓ ସ୍କୁଟି ଋଣ ପ୍ରଦାନ ଇତ୍ୟାଦି ସେବା ଗୋଟିଏ ସ୍ଥାନରେ ପ୍ରଦାନ କରାଯାଉଛି
ଆଜି କରଞ୍ଜିଆ ଜେ.କେ. ମୋଟର୍ସ ର ସ୍ୱତାଧିକାରୀ ହରିହର ମହାନ୍ତ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ମେଗାସର୍ଭିସ ଏବଂ ଏକ୍ସଚେଞ୍ଜ କାର୍ଣ୍ଣିଭାଲ ର ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଉପଖଣ୍ଡ ପୋଲିସ ଅଧିକାରୀ ନବ କୃଷ୍ଣ ନାଏକ,ହିରୋ ମୋଟର୍ସ ର ଜୋନାଲ ସର୍ଭିସ ହେଡ଼ ରାକେଶ ଯୋଶୀ,ଏରିଆ ସର୍ଭିସ ମ୍ୟାନେଜର ଭାରତ ସିନ୍ହା, କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ବରିଷ୍ଠ ସାମ୍ବାଦିକ ଉମାଶଙ୍କର ଦାସ, ହିରୋ ମୋଟର୍ସ ପକ୍ଷରୁ ଆଶୁତୋଷ ଧଳ, ପ୍ରତ୍ୟୁଷ କର, ଅମର୍ତ୍ୟ ପ୍ରମୁଖ ଯୋଗ ଦେଇଥିଲେ
ହିରୋ ମୋଟର୍ସ ପକ୍ଷରୁ ଗ୍ରାହକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଓ ଗାଡି ସର୍ଭିସିଂ କରିବାକୁ ଆସିଥିବା ଗ୍ରାହକ ମାନଙ୍କ ମଧ୍ୟରେ ଏକ ଲକି ଡ୍ର ଅନୁଷ୍ଠିତ ହୋଇଥିଲା
ଏହି ପ୍ରତିଯୋଗିତା ଓ ଲକି ଡ୍ର ରେ ବିଜେତା ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା
ଏହି କ୍ୟାମ୍ପ ରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ସହଯୋଗ ରେ ଏକ ନିଃଶୁଳ ଚକ୍ଷୁ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା
ମେଗାସର୍ଭିସ ଏବଂ ଏକ୍ସଚେଞ୍ଜ କାର୍ଣ୍ଣିଭାଲ ରେ ବହୁ ସଂଖ୍ୟାରେ ଗ୍ରାହକ ଓ ଜନସାଧାରଣ ଙ୍କ ଭିଡ଼ ଜମିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ