ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମି ଶିବିର
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାର ଙ୍କ ଗଣଶିକ୍ଷା ବିଭାଗ ନିଦ୍ଧେଶ କ୍ରମେ୧୬୪ଛାତ୍ର ଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର କୁ ଅଧ୍ୟକ୍ଷ ସୀମାଞ୍ଚଳ ସାହୁ ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମୀନକେତନ ମିଶ୍ର ସୁପରିଚାଳନା କରିଥିଲେ I ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋଇ ଇଂରାଜୀ ଅଧ୍ୟାପକ ଏସ ରମେଶ, ଡ଼ ଅନ୍ତ୍ରଯ୍ୟାମୀ ଗୌଡ଼ ଉପସ୍ଥିତ ରହିଥିବା ବେଳେ ମହିଳା ଆତ୍ମ ସୁରକ୍ଷା ପ୍ରସିସିକା ତାପସ୍ପିନି ଦଳାଇ ଏବଂ ଅମିତା କୁମାରୀ ଆତ୍ମ ସୁରକ୍ଷା ର ବିଭିନ୍ନ ତାଲିମି ପ୍ରଶିକ୍ଷଣ ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ I


