ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉଜପିତ ହେଲା ଆତ୍ମରକ୍ଷା ତାଲିମି ଶିବିର
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ପାଇଁ ଶ୍ରୀ ମୀନକେତନ ମିଶ୍ର, (କ୍ରୀଡା ପ୍ରଶିକ୍ଷକ, ଯୋଗ ଶିକ୍ଷକ ଓ ଯୋଜନା ସଂଯୋଜକ)ଓ ଚାନ୍ଦିପୁଟସ୍ଥିତ ଦୁଇ ପ୍ରମୁଖ ପ୍ରଶିକ୍ଷିକା ତପସ୍ୱିନୀ ଦଳେଇ, ଅମିତା କୁମାରୀ ଯାନୀ ଙ୍କ ଦ୍ୱାରା ୭ଦିନ ଧରି ଅନୁଷ୍ଠିତ ଆତ୍ମରକ୍ଷା ତାଲିମ ଶିବିର ବୁଧୁବାର ଦିନ ଉଦଯାପିତ ହୋଇଯାଇଛି I ଅଧକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ଉଚ୍ଚ ବିଦ୍ୟାଳୟ ର, ବରିଷ୍ଠ ଅଧ୍ୟାପକ ଶ୍ରୀ ଭଗବାନ ବିଷୋୟୀ ମୁଖ୍ୟ ବକ୍ତା,ଏବଂ ଇଂରାଜୀ ଅଧ୍ୟାପକ ଶ୍ରୀ ଏସ. ରମେଶ ଓ ବାଳିକା ବିଭାଗୀୟ ଜାତୀୟ ସେବା ଯୋଜନା ଅଧିକାରୀ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଅନିଲ କୁମାର ତ୍ରିପାଠୀ, ଯୋଗ ଦେଇ ଆତ୍ମରକ୍ଷା ତାଲିମ ଶିବିରର ମୁଖ୍ୟ ଲକ୍ଷ୍ୟ ସମ୍ବନ୍ଧରେ ରେ ଛାତ୍ରୀ ମାନଙ୍କୁ ଉପଦେଶ ଓ ପରାମର୍ଶ ଦେଇଥିଲେ ଏବଂ ସଭା ଶେଷରେ ଶ୍ରୀ ଏସ ରମେଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I


