ହିଲ –ଟପ ସ୍ନାତକ ମହବିଦ୍ୟାଳୟରେ କ୍ୟାରିୟର୍ କାଉସିଲିଙ୍ଗ୍
ପାରଳାଖେମୁଣ୍ଡି,(ତାରେଣୀ ପ୍ରସାଦ ପଣ୍ଡା)- ହିଲ –ଟପ ସ୍ନାତକ ମହବିଦ୍ୟାଳୟରେ ୧୨.୧୨.୨୦୧୯ ତାରିଖରେ କ୍ୟାରିୟର୍ କାଉସିଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହବିଦ୍ୟାଳୟ ଅଧକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ।ର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ମୋହନ ଶବର, ଶିଳ୍ପ ପରିଚାଳକ ମୋନଜ ମୋହାପାତ୍ର, ନବାଡ ଯୁଗ୍ମ ପରିଚାଳକ ପ୍ରଦ୍ୟୁମ୍ନ ପାଲ, ମୋହନା ସହକାରୀ କୃଷି ଅଧିକାରୀ ଶୁଭେନ୍ଦ୍ର ମୁର୍ମୁ ପ୍ରମୁଖ ଯୁଗଦେଇ +୩ ଶିକ୍ଷା ସମାପ୍ତି ପରେ ଛାତ୍ର ଛାତ୍ରୀମାନେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ମହବିଦ୍ୟାଳୟର ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ସଂଯୋଜକ ଶ୍ରୀ ଜଗନ୍ନାଥ ପଣ୍ଡା ଓ ସହ ସଂଯୋଜିକ ଶ୍ରୀମତୀ ସୟନପ୍ରଭା ସାହୁ ପରିଚାଳନା କରିଥିଲେ ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ ।


