ହିୟୁମାନ ରାଇଟ୍ସ ମିଶନ ଙ୍କ ଧମାକା ..
ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଜଣେ ବରିଷ୍ଠ ମହିଳା ହୋମଗାର୍ଡ ମଞ୍ଜୁଳା ନାଏକ ଏବଂ କିଛି ଶୃଙ୍ଖଳିତ ହୋମଗାର୍ଡ ଭାଇ ମାନଙ୍କ ମତାମତ ଏବଂ ସହଯୋଗ କ୍ରମେ ୨୦୧୮, ମସିହାରେ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟା ବିଷୟରେ ହାଇକୋର୍ଟରେ କେସ କରି ଡିଗ୍ରୀ ହାସଲ କରିଥିଲେ। ହାଇକୋର୍ଟ ହୋମଗାର୍ଡ ମାନଙ୍କୁ ଦୈନିକ ଭତ୍ତା ଆକାରରେ ୫୩୩, ଟଙ୍କା ଏବଂ ଏରିୟର ଦେବାପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କେସ ଟିକୁ ବର୍ତ୍ତମାନ ମାନବାଧିକାର ମିସନ ଚୈୟାରପରସନ, ଡକ୍ଟର, ମହେନ୍ଦ୍ର ସର୍ମା, ଏକ୍ସ,ଚୈୟାରପରସନ, ଜଷ୍ଟିସ,କେ,ଜି, ବାଳକ୍ରିଷ୍ଟାନା, ଚିପି ଚୈୟାରପରସନ, ମମତା ସର୍ମା ଏବଂ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ମହିଳା ସଭାପତି ଆରତୀ ମଙ୍ଗରାଜ ସୁପ୍ରିମକୋର୍ଟ ଆଇନ୍ ଜୀବି ଶେଖର ଶ୍ରୀବାସ୍ତବ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ସୁପ୍ରିମକୋର୍ଟରେ ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କର ସମସ୍ୟା ବିଷୟରେ ହୋଇଥିବା କେସ୍ ର ଶେଷ ଶୁଣାଣି ହୋଇଛି। ବର୍ତ୍ତମାନ ରାୟ ସଂରକ୍ଷିତ ଅଛି ଖୁବଶିଘ୍ର ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ମାଧ୍ୟମରେ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମକୋର୍ଟ ଜଷ୍ଟିସ ଏମ୍ ଆର ସାହା , ଜଷ୍ଟିସ ଏମ୍,ଏମ୍, ସୁନ୍ଦରେସ, ଏବଂ ବରିଷ୍ଠ ଆଇନଜୀବି ଶେଖର ଶ୍ରୀବାସ୍ତବ ସୁଚନା ଦେଇଛନ୍ତି ।


