ହୀରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ନରହିବା ପ୍ରତିବାଦରେ : ମେ ୧୭ ତାରିଖରେ ରେଳରୋକ ଆନ୍ଦୋଳନ ଚେତାବନୀ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ରେଳଷ୍ଟେସନ ଠାରେ ପୂର୍ବରୁ ରହିଆସୁଥିବା ଦ୍ରୁତଗ୍ରାମୀ ଟ୍ରେନ ହିରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ରହଣି ଦାବିରେ ଦାବୀରେ ଚଳିତ ମେ ମାସ ୧୭ ତାରିଖରେ ରେଳରୋକ କରାଯିବ ବୋଲି ଗଞ୍ଜାମ ଏନଏସି ଓ ବ୍ଲକ ଲୋକ ପ୍ରତିନିଧି ଓ ଅଞ୍ଚକ ବାସୀଙ୍କ ତରଫରୁ ରେଳ ବିଭାଗର ଡିଆରଏମଙ୍କୁ ଲିଖିତ ଚେତାବନୀ ଦିଆଯାଇଛି । ଜୋଭିଡ଼ି କଟକଣା ଯୋଗୁଁ ସମସ୍ତ ଟ୍ରେନ ଯାତାୟାତ ବାତିଲ କରିଥିଲେ ସରକାର । ପରବର୍ତ୍ତୀ ସମୟରେ କଟକଣା ହଟି ଟ୍ରେନ ଯାତାୟାତ ଆରମ୍ଭ ହେଇଥିବା ବେଳେ , ମାତ୍ର ପରିତାପର ବିଷୟ ଗଂଜାମ ରେଳଷ୍ଟେନ୍ସ ଠାରେ ଦୀର୍ଘବହୁ ବର୍ଷ ଧରି ରହି ଆସୁଥିବା ହିରାଖଣ୍ଡ {୧୮୪୪7(up) & ୧୮୪୪୮ (DOWN)} ଓ ତିରୁପତି {୧୭୪୭୯(UP)&୧୭୪୮୦(DOWN)} ଏକ୍ସପ୍ରେସ ଅନ୍ୟ ଷ୍ଟେସନ ମାନଙ୍କ ରେ ରହୁଥିବା ବେଳେ ଗଂହାମ ଷ୍ଟେସନରେ ନ ରହିବା ଫଳରେ ବିଭିନ୍ନ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ଯାହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଅଞ୍ଚଳବାସୀ । ଏହାର ପ୍ରତିବାଦରେ ଏକ ବୈଠକ ପୁର୍ବତନ କାଉନସିଲର ଦୁର୍ଗାମାଧବ ପାଣିଗ୍ରାହୀ ଓ ସକ୍ଷମର ସଭାପତି ବସନ୍ତ କୁମାର ସାହୁଙ୍କ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଗଂଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ , ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ସୁରେନ୍ଦ୍ରବାରିକ , ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରି ଇଂ ଵିନୋଦ ଚନ୍ଦ୍ର ପାଢ଼ୀ, ଆଇନଜୀବୀ ଅଜୁପଟ୍ଟନାୟକ, ବରିଷ୍ଠନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ପୂର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀପାଢ଼ୀ, ବରିଷ୍ଠ ନାଗରିକ ପ୍ରତାପ ଚନ୍ଦ୍ର ପଣ୍ଡା , ବ୍ରଜସୁନ୍ଦର ପାଢ଼ୀ, ରବୀନ୍ଦ୍ର କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ରଦାସ,, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ମହାଲକ୍ଷ୍ମୀ ନାହାକ, ସଂଯୁକ୍ତା ଦାସ, ସୁଜାତା ମହାନ୍ତି, ରିତାଦେଇ ମହାରଣା, ପି.ମୋହନରାଓ, ପି.ଚନ୍ଦ୍ରଶେଖର, ସରପଞ୍ଚ ଆର.ଚନ୍ଦନା ରେଡ୍ଡୀ, ସଂଯୁକ୍ତା ପ୍ରଧାନ, ଜାନକୀ ଦାସ, ବିଜେପି ନେତା ସୁଦାମ ଜେନା, କାନ୍ତରୀ ଦେଳେଇ, ଡି କେ.ରାଓ ପୁର୍ବତନ ସରପଞ୍ଚ ସାମାରେଡ୍ଡୀ, ବଡ଼ବାଜ଼ାର ବ୍ୟବସାୟୀ ସଂଘ ସଭାପତି ଗୌରୀଶଙ୍କର ବାରିକ, ସମ୍ପାଦକ କାହ୍ନ ଚରଣ ପଣ୍ଡା, ସାନବାଜ଼ାର ବ୍ୟବସାୟୀ ସଂଘ ସଭାପତି ସୁଧୀର କୁମାର ପାଢୀ, ସମ୍ପାଦକ ପ୍ରଭାତ ସାହୁ, ନଗର କଂଗ୍ରେସ ସମ୍ପାଦକ ଯଜ୍ଞାଶ୍ୱର ଶତପଥି, ଛାତ୍ର ବିଜେଡି ସଭାପତି ରାକେଶ କୁମାର ଦାସ, ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ପୁର୍ବତନ ଉପାଧ୍ୟକ୍ଷ ନିଲାଞ୍ଚଳ ବାରିକ , ଯୁବନେତା ପପିଗୌଡ଼, ପର୍ଶୁରାମ ପରିଡା, ରାନୁବୈଠାରୁ ମନୁମହାପାତ୍ର, ଗଞ୍ଜାମ ମିଡିଆ ହାଉସ ସମ୍ପାଦକ ଶିବାନନ୍ଦ ପଲେଇ, ଅଖିଳ ତରାଇ ସାମ୍ୱାଦିକ ଵିନୋଦ ଚନ୍ଦ୍ର ପଲେଇ ଓ , ପ୍ରଭାତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଏହାର ପ୍ରତିବାଦ କରିବା ସହ ୧୭ ତାରିଖରେ ହେବାକୁ ଥିବା ରେଳରୋକକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ । ଏନେଇ କେନ୍ଦ୍ରରେଳ ମନ୍ତ୍ରୀ, ଖୋର୍ଦ୍ଧା ଡିଆରଏମ, ବ୍ରହ୍ମପୁର ସାଂସଦ, ଛତ୍ରପୁର ବିଧାୟକ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜମ୍ ଏସପି , ଗଞ୍ଜାମ ଷ୍ଟେସନ ମାଷ୍ଟରଙ୍କୁ ଲିଖିତ ଭାବେ ଜଣାଯାଇଛି ।


