ହୁଏରି ଗ୍ରାମରେ ଜାତି ଧର୍ମକୁ ନେଇ ଖବର ପ୍ରସାରଣକୁ ନିନ୍ଦା କରିଛନ୍ତି ଗ୍ରାମବାସୀ ମୌଳିକ ସୁବିଧା ପୂରଣ ନହେଲେ ଭୋଟ ବର୍ଜନ ପାଇଁ ଚେତାବନୀ

ମୋହନା, (ଅଂଶୁମାନ ପଣ୍ଡା) : ରାଜ୍ୟ ସରକାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବିତ୍ତିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି । ଯେପରିକି ଜନ୍ମରୁ ମରଣ ପର୍ଯ୍ୟନ୍ତ ଏବଂ ପିଇବା ପାଣି ଠାରୁ ରାସ୍ତା ଘାଟ ଭଳି ବିଭିନ୍ନ ସମସ୍ୟା ଗୁଡିକର ବିକାଶ କରୁଥିବା ଡିଣ୍ଡିମ ପିଟୁଛନ୍ତି । ସେ ସବୁର ବାସ୍ତବତା କେବଳ କାଗଜ କଲମରେ ସୀମିତ । ଲୋକେ ବିକାଶଠାରୁ ବହୁ ଦୂରରେ । ଦେଶ ସ୍ଵାଧୀନ ହେବା ଠାରୁ ଆଜି ପର୍ଯ୍ୟନ୍ତ ମୋହନା ବ୍ଳକର ଉପାନ୍ତ ଗାଁ ଗୁଡିକୁ ରାସ୍ତା ନାହିଁ କି ପାନୀୟ ଜଳର ସୁବିଧା ନାହିଁ । ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ରାସ୍ତା ନଥିବାରୁ ପାଠ ପଢ଼ା ଛାଡ଼ିଛନ୍ତି ବହୁ ଛାତ୍ର ଛାତ୍ରୀ । ଏଭଳିକି ଏହି ଗ୍ରାମ ର ମୌଳିକ ସୁବିଧା ପୂରଣ ପାଇଁ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଭୁଲ ଖବର ପ୍ରସାରଣ କରି ଗାଁର ନାମକୁ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ କରିଛନ୍ତି । ସେଭଳି ଭୂଲ ଖବର ପ୍ରଶାରଣକୁ ଗ୍ରାମର ଲୋକେ ନିନ୍ଦା କରିଛନ୍ତି । ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କ ଖବର ଏଭଳି ଥିଲା ମୋହନା ବ୍ଲକ ଠାରୁ ମାତ୍ର ୬ କିମି ଦୂର ହୁଏରି ଗ୍ରାମ । ଏହି ଗ୍ରାମକୁ ଯିବାକୁ ହେଲେ ୩ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ । ଏହି ଗ୍ରାମରେ ୨୫ ଘର ପରିବାର ରହୁଥିବା ବେଳେ ସେଥିରୁ ୭ ପରିବାର ୨୦୦୭ ମସିହାରୁ ହିନ୍ଦୁ ଧର୍ମକୁ ଛାଡି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ସେହି ୭ ପରିବାର ନିଜେ ଚାନ୍ଦା କରି ବହୁ କଷ୍ଟରେ ଏକ ଚର୍ଚ୍ଚ ନିର୍ମାଣ କରିଛନ୍ତି । ସେହି ଚର୍ଚ୍ଚ ୩୦,୧୦,୨୦୨୧ରେ ଉଦଘାଟନ ହୋଇଛି। ସେହିପରି ଗ୍ରାମରେ ବସବାସ କରୁଥିବା ଅନ୍ୟ ୧୮ ଘର ପରିବାର ହିନ୍ଦୁ ଅଟନ୍ତି । ସେମାନେ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରିବେ ନାହିଁ ବୋଲି ଗ୍ରାମର ଲୋକେ କହିଛନ୍ତି। ହୁଏରି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଓ ପାନୀୟ ପାଣି । ଯାହାକି ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ଗ୍ରାମରେ ଦୁଇଟି ପଥର କୂଅଁ ରହିଛି । ତାହାର ଦୂଷିତ ଜଳକୁ ଲୋକେ ବର୍ଷ ତମାମ ବ୍ୟବହାର କରୁଛନ୍ତି । ଯାହାଫଳରେ ଲୋକେ ବିଭିନ୍ନ ସମୟରେ ତାଇରିଆ ଭଳି ଅନେକ ପେଟ ଜନିଜ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ରହିଛି । ଗାଁରେ ନେଟୱ।ର୍କ ସୁବିଧା ମଧ୍ୟ ନାହିଁ । ଭଲ ରାସ୍ତା ଖଣ୍ଡେ ନଥିବାରୁ ଗତବର୍ଷ ଜଣେ ଗର୍ଭବତୀ ମା’ଙ୍କୁ ମୋହନା ମେଡିକାଲ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଛାତ୍ର ଛାତ୍ରୀ ମାନେ ବହୁ ଦୁଃଖ କଷ୍ଟରେ ଖାରୀଗୁଡା ବିଦ୍ୟାଳୟକୁ ୫ କିମି ଚାଲି ଚାଲି ପାଠ ପଢିବାକୁ ଯାଆନ୍ତି । ବର୍ଷା ହେଲେ ପାଠପଢା ବନ୍ଦ । ଏଭଳି ପରିସ୍ଥିତିରେ ବାପା ,ମା ମାନେ ପିଲାଙ୍କୁ ବିଦ୍ୟାଳୟକୁ ଛାଡୁ ନାହାଁନ୍ତି। ଏହାର ମୁଖ୍ୟ ସମସ୍ୟା ହେଉଛି ଗ୍ରାମକୁ ରାସ୍ତା ନଥିବାରୁ କୌଣସି ଗାଡି ପହଞ୍ଚି ପାରୁନି । ଯାହାଦ୍ୱାରା ଗ୍ରାମରେ କେହି ପକ୍କା ଘର ନିର୍ମାଣ କରିପାରିନାହାନ୍ତି। ସମସ୍ତେ ମାଟି ଚାଳ ଛପର ଘରେ ରହୁଛନ୍ତି । ଭୋଟ ସମୟରେ ଖାଲି ପ୍ରତିଶ୍ରୁତି ଦେଉଛନ୍ତି। ଭୋଟ ସରିଲେ କାହାର ଦେଖା ଦର୍ଶନ ମିଳୁନି। କିନ୍ତୁ ଏଇ ଗ୍ରାମକୁ ପହଞ୍ଚି ପାରିନାହାନ୍ତି ସରକାରୀ ବାବୁ ହେଉ କିମ୍ବା କୁଜି ରାଜନେତା । ତେଣୁ ଗ୍ରାମବାସୀମାନେ ନିଷ୍ପତି ନେଇଛନ୍ତି ସେମାନଙ୍କର ମୌଳିକ ସୁବିଧାର ସମାଧାନ ନହେବା ପର୍ୟନ୍ତ ଗ୍ରାମବାସୀ ଭୋଟ ବର୍ଜନ କରିବେ ଏବଂ କାହାକୁ ମଧ୍ୟ ଭୋଟ ଦେବୁନି ବୋଲି ରୋଜଠୋକ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏଭଳି ଖବରକୁ ଅତିରଞ୍ଜିତ କରି ଦୁଇ ଗଣମାଧ୍ୟମ ପ୍ରତିନିଧି ଭୁଲ ତଥ୍ୟ ପରିବେଷଣ କରିଥିଲେ । ଯାହାକି, ଗ୍ରାମରେ ରାସ୍ତା ନ ହେଲେ ସମସ୍ତେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବେ । ତାହା ସମ୍ପୂର୍ଣ୍ଣ ଭିତିହୀନ ଏବଂ ମନଗଢ଼ା କାହାଣୀ। ସାମ୍ବାଦିକ ୨ ଜଣ ବାରମ୍ବାର ଧର୍ମକୁ ନେଇ ଆମକୁ କହିବାରୁ ଆମେ କହିଥିଲୁ । ସ୍ୱଇଚ୍ଛାରେ ଆମେ ଏଭଳି କହି ନଥିବା ଲୋକେ କହିଛନ୍ତି। କୌଣସି ଧର୍ମ ପରିବର୍ତ୍ତନ କଲେ ରାସ୍ତାଘାଟ ହୁଏନି ସରକାର ଚାହିଁଲେ ରାସ୍ତା ଘାଟ ହୋଇ ପାରିବ ବୋଲି ୭ ପରିବାରର ଲୋକେ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ କହିଛନ୍ତି। ଅଞ୍ଚଳରେ ମଧ୍ୟ ଏଭଳି କପୋଳ କଳ୍ପିତ ଖବର ପ୍ରସାରଣକୁ ନିନ୍ଦା କରିଛନ୍ତି ଦୁଇ ଧର୍ମ ସମ୍ପ୍ରଦାୟର ଲୋକେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ