ହୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ,କଳସ ଶୋଭାଯାତ୍ରା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦାସ୍ଥିତ ହୁଙ୍କେଶ୍ୱର ମହାଦେବଙ୍କ ନବନିର୍ମିତ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ବୁଧବାର ପୂର୍ବାହ୍ନ ୧୦ଟାରେ ୧୦୮ କଳସ ଶୋଭାଯାତ୍ରା ଓ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ଘରପଦା ସମେତ ପଡିଆପଡା, ଦୋଳପଦୀ, ଡାଳିମ୍ବଗଢିଆ, ତାଳପଦା, କୁମ୍ଭାରିଆ, ନିଳୋକ ଆଦି ଗ୍ରାମର ଭକ୍ତମାନେ କଳସ ଧାରଣ କରିଥିଲେ । ଗ୍ରାମର ଧନିସା ବଡ ପୋଖରୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ଆଚାର୍ଯ୍ୟ ସତ୍ୟ ପ୍ରକାଶ ପଣ୍ଡା, ଅକ୍ଷୟ କୁମାର ପଣ୍ଡା, ବିଦ୍ୟୁତ୍ ରଞ୍ଜନ ପଣ୍ଡା, ମଳୟ ରଞ୍ଜନ ପଣ୍ଡା, ରଣଜିତ୍ ସାଆନ୍ତ, ରମେଶ ଦ୍ୱିବେଦୀ, ସୁଧାଂଶୁ ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଗୁରବାର ଅଗ୍ନି ସ୍ଥାପନ, ମନ୍ଦିର ପ୍ରତିଷ୍ଠା, ବିଗ୍ରହ ମାନଙ୍କର ପ୍ରାଣ ପ୍ରତିଷ୍ଠା, ଶୁକ୍ରବାର ଚଣ୍ଡିପୂଜା, ବିଗ୍ରହ ମାନଙ୍କର ଉପଚାର ପୂଜା, ଶନିବାର ଯଜ୍ଞ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ରହିଛି । ଏହି ପୂଜାରେ ଘରପଦା ଗ୍ରାମବାସୀ ସହଯୋଗ କରୁଛନ୍ତି ।