ହୁଣ୍ଡାଇ ଗାଡି ପୋଡିଲେ ଦୁର୍ବୁତ୍ତ
ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଥାନା ଗୈାଡ ଗୋଠ ଗ୍ରାମ ନିକଟ ଝରନାଳ ମୁଖ୍ୟରାସ୍ତାରେ ଗତକାଲି ରାତି ୮ରେ ଏକ ହୁଣ୍ଡାଇ ଇଂ ଅନ ଗାଡିରେ କିଛି ଦୁବୁତ୍ତ ନିଆଁ ଲଗାଇ ପୋଡିଦେଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ହୁଣ୍ଡାଇ ଗାଡିରେ କେଦାର କୁମାର ନାୟକ ଗୈାଡ ଗୋଠ ଠାରୁ ବଡଗଡ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଗାଡିଟି ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ କେଦାର ନାୟକ ସେଠାରୁ ଗାଡି ରଖି ଚାଳିଯାଇଥିବା ସମୟରେ ଗାଡିଟିରେ କିଛି ଦୁର୍ବୁତ୍ତ ନିଆଁ ଲଗାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ହୁତ ହୁତ ହୋଇ ଗାଡିରେ ନିଆଁଜଳୁଥିବାର ଦେଖି ଗ୍ରାମବାସୀ ନିକଟସ୍ଥ ଥାନାକୁ ଖବର ଦେଇଥିଲେ କିନ୍ତୁ ସଂପୃକ୍ତ ଗାଡି ମାଲିକଙ୍କ ଠାରୁ କୈାଣସି ଥାନାରେ ଲିଖିତ ଅଭିଯୋଗ କରାଯାଇନାହିଁ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।