ହୁଣ୍ଡି ହିସାବ
ସକାଳୁ ଲାଗିଲା
ସକଳଙ୍କ ଚିନ୍ତା
ଚିନ୍ତାମଣି ଚେଉଁ ଚେଉଁ,
ଯେ ଯାହା ମାଗିଲା
ତଥାସ୍ତୁ କହିଲେ
ଭାବିବାକୁ ବେଳ କାହୁଁ ।
ଅବସର ପାଇ
ମଧ୍ୟାହ୍ନ ସମୟେ
ଚିନ୍ତାମଣି ଚିନ୍ତାକଲେ,
ସକାଳେ ଯାହାକୁ
ଯାହା କହିଥିଲେ
ଦେଖିବାକୁ ବାହାରିଲେ ।
ଦେଖୁ ଦେଖୁ ଦୁଃଖ
ଏତେ ବଢିଗଲା
କହିବେ କାହାକୁ ଆଉ,
ନିଜେ ହାତ ଟେକି
ଯାହା କହିଥିଲେ
ଅଧିକ କରନ୍ତି କେହୁ ।
ବେଳ ବୁଡିଗଲା
କର୍ମ ସରିଗଲା
ଘରକୁ ଫେରିଲେ ସର୍ବେ,
କିଏ ଖୁସି ହେଲା
କିଏ ଦୁଃଖ କଲା
ଫଳର ଭାବେ ଅଭାବେ ।
ସବୁ ଦେଖି ପ୍ରଭୁ
ମୁରୁକି ହସିଲ
ପାପି ଗଲା ପାପ ବୁଝି,
ପରଦିନ ପାପ
ଧନକୁ ହୁଣ୍ଡିରେ
ପକାଏ ତା ଆଖି ବୁଜି ।
ଏବେ କୁହ ଆହେ
ହୁଣ୍ଡିର ମାଲିକ
କିଏ ତୁମ ମନଲାଖି,
ପାପ ଧନ ଦେଇ
ପାପୀ ଖୁସି କରେ
ତପି ମୁହଁ ଯାଏ ସୁଖି ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ