ହୁବେଇରେ ବିମାନ ଉଡ଼ାଣ ଆରମ୍ଭ

ଚୀନରେ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୁବେଇ ପ୍ରଦେଶରେ ଏବେ ପୁଣି ଥରେ ବିମାନ ଉଡ଼ାଣ ଆରମ୍ଭ ହୋଇଚି । ଉଭୟ ଯାତ୍ରୀବାହୀ ଏବଂ ପରିବହନ ବିମାନ ଗୁଡ଼ିକର ଉଡ଼ାଣ ଆରମ୍ଭ କରାଯାଇଛି । କରୋନା ସଂକ୍ରମଣ ଦେଖାଦେବା ପରେ ଜାନୁଆରୀ ୨୩ରୁ ହୁବେଇ ପ୍ରଦେଶର ବିଭିନ୍ନ ସହରକୁ ଅଚଳ କରି ଦିଆଯାଇଥିଲା । ଏହା ପରେ ସେଠାକୁ ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । କିନ୍ତୁ ସେଠାରେ ଏବେ କରୋନା ବ୍ୟାପିବା ଉପରେ ନିୟନ୍ତ୍ରଣ ହାସଲ କରାଯାଇଛି ବୋଲି ଚୀନ ସରକାର ଦାବି କରୁଛନ୍ତି । ତେଣୁ ସରକାର ସେଠାରେ ଲଗାଯାଇଥିବା ବିଭିନ୍ନ ପ୍ରକାର କଟକଣାକୁ କୋହଳ କରିବା ଆରମ୍ଭ କରିଛନ୍ତି । ତେବେ ହୁବେଇ ପ୍ରଦେଶର ରାଜଧାନୀ ଓହାନକୁ ଏବେ ବିମାନ ଉଡାଣ ଆରମ୍ଭ କରାଯାଇନାହିଁ । ଏପ୍ରିଲ ୮ରେ ଓହାନ ସହର ଉପରୁ କଟକଣା ହଟିଲା ପରେ ସେଠାକୁ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ