ହୁମ୍ମା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ
ଗଂଜାମ, (ଯୁଗାବ୍ଦ ନ୍ୟୁଜ) ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ହୁମ୍ମା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ସୁନିଲ କୁମାର ବେହେରାଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ବୋଲି କହିଥିଲେ । ସଂମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ସାହୁ , ପୁର୍ବତନ ସି.ଆର.ସି.ସି ନିରଂଜନ ମହାପାତ୍ର, ଆତ୍ରଚରଣ ପଲେଇ, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ବି.ଜ୍ୟୋତିଦୋରା, ଯୋଗ ଦେଇଥିଲେ । ଶିକ୍ଷକ ନିରଂଜନ ମୁଦୁଲି,ଓ ଦାମୋଦର ପଣ୍ଡା ଙ୍କ ମିଳିତ ସଂଯୋଜନାରେ ଉଦଯାପନି ଉତ୍ସବରେ ଗଂଜାମ ତହସିଲଦାର ଅବନୀ କୁମାର ସାହୁ ଯୋଗ ଦେଇ ବିଭିନ୍ନ କୃତିପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ସୁଦର୍ଶନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ହୁମ୍ମା କ୍ଲଷ୍ଟର ୧୧ଟି ବିଦ୍ୟାଳୟର ବିଦ୍ୟାର୍ଥୀ ମନେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ ।


