ହୁମ୍ମା ଗ୍ରାମରେ ଅଙ୍ଗନାବାଡ଼ି ଦିଦିଙ୍କ ନିଆରା ପ୍ରୟାସ
ଗଞ୍ଜାମ:କରୋନା ସଂକ୍ରମଣ ରୋଗ କୁ ପ୍ରତିହିତ କରିବା ପାଇଁ ସରକାର ଲକଡାଉନ କରିଥିବା ବେଳେ ,ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦେକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମର ବ୍ଳକ ର ହୁମ୍ମା ଗ୍ରାମରେ ଅଙ୍ଗନାବାଡ଼ି ଦିଦିଙ୍କ ନିଆର ପ୍ରୟାସ ଦେଖିବାକୁ ମିଳିଛି । ଅଙ୍ଗନାବାଡ଼ି ଦିଦି ପ୍ରମିଳା ବିଶ୍ୱାଳ, ଇନ୍ଦିରାକୁମାରି ଦେବୀ, ରାଧାମଣି ବେହେରା, ବିନୋଦିନି ଦେବୀ ଟାଣ ଖରାରେ ମୁହଁରେ ମାସ୍କ ପିନ୍ଧି, ହାତରେ ଘଣ୍ଟ, ଗିନୀ ବଜାଇ ସାହି ସାହି ବୁଲି ଲୋକଙ୍କୁ ସଚେତନତା କରାଉଛନ୍ତି। ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୁ ଶଗଡ଼ ରଖୀ ବାଉଁଶ ବାନ୍ଧି ଅଜଣା ଓ ବାହାର ଲୋକଙ୍କୁ ସାହି ଭିତରକୁ ଛାଡୁନାହାନ୍ତି । ଉକ୍ତ ସ୍ଥାନରେ ପାଣି,ହେଣ୍ଡ ୱାସ ରଖି ସାହିର ଲୋକ କୌଣସି କାମ ରେ ବାହାରକୁ ଯାଇ ଆସିଲେ ସେମାନଙ୍କୁ ହାତ ଧୋଇଯିବାକୁ କହୁଛନ୍ତି । ଗ୍ରାମର କୌଣସି ଲୋକ ଅନ୍ୟରାଜ୍ୟ କିମ୍ବା ଜିଲ୍ଲା ରୁ ଆସୁଛନ୍ତି ସେମାନଙ୍କୁ ମେଡିକାଲ ଯାଇ ପରୀକ୍ଷଣ କରିବା ପାଇଁ ପଠାଉଛନ୍ତି । ଏଥିରେ ଆଶାକର୍ମୀ, ୱାଡ଼ ମେମ୍ବର, ସ୍ୱେଚ୍ଛାସେବୀ ମାନେ ସହଯୋଗ କରୁଥିବା ଦେଖାଯାଇଛି । ଅଙ୍ଗନାବାଡ଼ି ଦିଦି ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


