ହୁମ୍ମା ପଞ୍ଚୁଦୌଳଯାତ୍ରା ଆଠଟି ଗ୍ରାମର ୧୩ଟି ଠାକୁରଙ୍କ ହରିହରଭେଟ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚୁଦୌଳଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ହରିହରଭେଟଅନୁଷ୍ଠିତ ହୋଇଯାଇଛି। ଆଠଟି ଗ୍ରାମର ୧୩ଟି ଠାକୁର କଣ୍ଟିଆଗଡ଼, ଖଟୁଆକୁଦା, ଗଡହୁମ୍ମା, କଳାଯମୁନା, ଝାଡୁକୁଦା, ବେଲପଡ଼ା, ଲୁଙ୍ଗୁରି, ହୁମ୍ମା ବଡ଼ସାହି, ସାନ ସାହି, ଲକ୍ଷ୍ମୀବଜ଼ାର, ରେଡ୍ଡୀସାହି, ବିରଭଦ୍ର ସାହି, କେଉଟ ସାହି,ର ଠାକୁର ମାନଙ୍କୁ ନେଇ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଣ୍ଟିଆଗଡର ଚନ୍ଦ୍ରଶେଖର ଏକ ଶୋଭାଯାତ୍ରାରେ ଜତୀୟରାଜପଥ (୧୬)ର ହୁମ୍ମା ବଜ଼ାର କୁ ଆସିଥିଲେ। ତାଙ୍କ ପଛରେ ଖଟୁଆକୁଦା ଗ୍ରାମର ଠାକୁର , ତାପଛକୁ ଉଦ୍ୟକ୍ତାଙ୍କ ଠାକୁର ,ଙ୍କ ସମେତ ଅନ୍ୟ ଠାକୁର ମାନେ ମେଳନ ପଡିଆ ଅଭିମୁଖେ ବାହାରିଥିଲେ। ମେଳନପଡିଆ ପୂର୍ବରୁ ଗଡ଼ହୁମ୍ମା ରାଜାଙ୍କ ଠାକୁର ଶୋଭାଯାତ୍ରାରେ ଆସି କଣ୍ଟିଆଗଡର ଚନ୍ଦ୍ରଶେଖରଙ୍କ ସମେତ ୧୧ଟି ଠାକୁରଙ୍କୁ ସ୍ୱାଗତ କରିବା ସହ ହରିହରଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତେ ଠାକୁରଙ୍କୁ ପାଛୋଟି ନେଇ ମେଳନ ପଡିଆକୁ ଯାଇଥିଲେ। ସେଠାରେ ଆଜି ମଧ୍ୟାହ୍ନ ଠାରୁ ରାତିତମାମ ସଂସ୍କୃତିକ କାର୍ଯ୍ୟକର୍ମ ଓ ନାଟକ, ଅନୁଷ୍ଠିତ ହୋଇଥିଲା। ଏହି ପଞ୍ଚୁଦୋଳଯାତ୍ରା ପ୍ରାୟ ଶତାଧିକ ବର୍ଷତଳର ଯାତ୍ରା। ତତ୍କାଳୀନ ପାରିକୁଦଗଡର ରାଜା ହୁମ୍ମାଗ୍ରାମର ଜମିଦାର ତଥା ଅଧ୍ୟାତ୍ମିକବାଦୀ ପୁରୁଷ ଦାଶରଥୀ ସୁବୁଦ୍ଧି (ପ୍ରକୃତ ନାମ ଦାଶରଥି ପଲେଇ , ସେ ସୁବୁଦ୍ଧି ରତ୍ନ ଉପାଧି ପାଇଥିଲେ)ଙ୍କୁ ଯାତ୍ରାଦେଖିବା ପାଇଁ ନିଜ ଗଡକୁ ଡାକିଥିଲେ। ସେହି ଯାତ୍ରାଦେଖିବା ପରେ ହୁମ୍ମାଠାରେ ପ୍ରତିବର୍ଷ ଏହିଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଦାଶରଥି। କଣ୍ଟିଆଗଡର ବାଲ୍ମୀକ ପ୍ରଧାନଙ୍କୁ ନିଜର ସମୁଦି କରି ଯାତ୍ରା ଆରମ୍ବ କରିଥିଲେ। ସର୍ଵପ୍ରଥମେ ହରିଦ୍ୱାରରୁ ଚନ୍ଦ୍ରଶେଖରଙ୍କୁ ଆଣି କଣ୍ଟିଆଗଡ ବଟେଶ୍ୱର ପୀଠରେ ସ୍ଥାପନ କରିଥିଲେ। ପ୍ରଥମେ ଏହି ପଞ୍ଚୁଦୌଳଯାତ୍ରା ପ୍ରଥମେ କଣ୍ଟିଆଗଡ଼, ଖଟିଆକୁଦା, ହୁମ୍ମା ଗ୍ରାମର ଠାକୁର ମାନଙ୍କୁ ନେଇ ଆରମ୍ବ ହୋଇଥିବା ବେଳେ , ପରବର୍ତ୍ତୀ ସମୟରେ ଆଖପାଖଗ୍ରାମର ଠାକୁର ମାନେ ଏହି ଯାତ୍ରାରେ ଭାଗନେଇଥିଲେ। ଏହି ଯାତ୍ରାଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ରମ୍ଭା ଆଇଆଇସି ସ୍ଵରୁପ କିଷାନ ଓ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶିଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପଦେକ୍ଷପ ଗ୍ରହଣ କରାଯାଇଥିଲା।