ହୁମ୍ମା ଫାଣ୍ଡି ତରଫରୁ ଜୁଆ ଆଡାରେ ଚଢ଼ାଉ, ସାତ ଗିରିଫ,୨୧ହଜାର ଟଙ୍କା ଜବତ
ଗଂଜାମ, (ବିନୋଦ ପଲେଇ):ଗଂଜାମ ବ୍ଳକର ବିଭିନ୍ନ ଗ୍ରାମରେ ଚାଲିଥିବା ଜୁଆ ଆଡା ଉପରେ ହୁମ୍ମା ଫାଣ୍ଡି ତରଫରୁ ଚଢ଼ାଉ କରି ,ସାତ ଜଣଙ୍କୁ ଗିରିଫ କରିବା ସହ ୨୧ ହଜାର ଟାଙ୍କା ଜବତ ହୋଇଥିବା ଜଣାପଡିଛି। ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶନି ଙ୍କ ତ୍ଵତାଵଧାନରେ ଏସଆଇ ବାଇବସୁତ ପ୍ରଧାନ କୁଶପଲ୍ଲୀ ନିକଟ ଚାମୁଣ୍ଡା ମନ୍ଦିର ନିକଟରେ ଚାଲିଥିବା ଜୁଆ ଅଡ଼ାରେ ଚଢ଼ାଉ କରି ୧୪ ହଜାର ୯୬୦ ଟାଙ୍କା ଜବତ କରିବା କେଶ ନମ୍ବର ୪୭୬/୨୧ ରୁଜୁ କରି କଳା ଯମୁନା ଗ୍ରାମର ଚାରିଜଣଙ୍କୁ ଗିରିଫ କରିଛନ୍ତି। ସେହିପରି କାଠଗଡା ଗ୍ରାମ ମୁଁହଁରେ ଚାଲିଥିବା ଜୁଆ ଆଡା ରେ ଚଢ଼ାଉ କରି ଛଅ ହଜାର ୧୬୦ ଟଙ୍କା ଜବତ କରିବା ସହ କେଶ ନମ୍ବର ୪୭୯/୨୧ ରୁଜୁ କରି କାଠଗଡ଼ା, ଲୁଙ୍ଗୁରି ଓ ପଣିବନ୍ଧ ଗ୍ରାମର ତିନିଜଣଙ୍କୁ ଗିରିଫ କରିଛନ୍ତି।


