ହୁମ୍ମା ମେଡିକାଲରେ ମୋ ଡାକ୍ତରଖାନା ମୋ ଗର୍ଵ ପ୍ରସ୍ତୁତି

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୋ ଡାକ୍ତରଖାନା ମୋଗର୍ଵ ର ପ୍ରସ୍ତୁତି ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଅର୍ପିତା ଦାଶ ଙ୍କ ସଭାପତିତ୍ୱ ରେ ଏହି କାର‌୍ୟ୍ୟକ୍ରମ ରେ ସରପଞ୍ଚ ଚନ୍ଦ୍ରମୋହନ ସାହୁ, ପି.ହେଚ.ଇ.ଓ -ସଂଯୁକ୍ତା ରାଣୀ ଜେନା, ଆୟୁଷ ଡାକ୍ତର ସସ୍ମିତା ପୃଷ୍ଟି, ରୋଗୀକଲ୍ୟାଣ ସମିତି ର ସଭ୍ୟ ସୁରେନ୍ଦ୍ର ସାହୁ, ଯୋଗଦେଇଥିଲେ । ଏଥିରେ ସ୍ୱଚ୍ଛତା ଅଭିଯାନ, ମେଡିକାଲ ର ଉନ୍ନତି ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅକ୍ଟୋବର୧୫ତାରିଖ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ମେଡିକାଲ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ମେଡିକାଲ ପରିସର ସଫେଇ କରାଯାଇଥିଲା । ଏଥିରେ ସ୍ୱେଚ୍ଛାସେବୀ ଟୁକୁନା ମହାରଣା, ଟି.ରମେଶ ଚନ୍ଦ୍ର ପ୍ରଧାନ, ଅଙ୍ଗନବାଡି ଦିଦି ପ୍ରମିଳା ବିଶ୍ୱାଳ, ବିନୋଦିନି ସାହୁ, ଙ୍କ ସମେତ ହୁମ୍ମା ସେକ୍ଟର ର ସମସ୍ତ ମେଡିକାଲ ଷ୍ଟାପ, ଆଶା, ଅଙ୍ଗନବାଡି ଦିଦି, , ମହିଳା ସଙ୍ଘ, ସ୍ୱେଚ୍ଛାସେବୀ, ବିଦ୍ୟାର୍ଥୀ, ଓ ଗ୍ରାମବସି ଉପସ୍ଥିତ ଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମି ମିନିମା ମିଶ୍ର, ଶାନ୍ତି ପାଢ଼ୀ, ଅଙ୍ଗନବାଡି ଦିଦି ଇନ୍ଦିରା ଦେବୀ, ରାଧା ମଣୀ ବେହେରା, ଆଶା ଆର. ରମା ମଣି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ