ହୁମ୍ମା ଲବଣ ଚାଷଜମି ରାଜ୍ୟସରକାରଙ୍କୁ ହସ୍ତାନ୍ତର ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ ସୁବାଷ ଚନ୍ଦ୍ର ବେହେରା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଜାତୀୟ ରାଜପଥ (୧୬) ପାର୍ଶ୍ୱରେ ହୁମ୍ମା ଠାରେ ଲବଣ ଚାଷଜମି ଚାଷ ନହୋଇ ପଡିରହିଥିବା ବେଳେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରଶ୍ନ ସଂଖ୍ୟା ୨୨୬୬ ରେ -ଶିଳ୍ପ ମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ହୁମ୍ମା ଠାରେ ଥିବା ଲବଣ ଚାଷ ଜମିଗୁଡ଼ିକୁ ରାଜ୍ୟ ସରକାରଙ୍କ ମାଲିକାନାକୁ ଆଣିବା ପାଇଁ ଏପର୍ଯ୍ୟନ୍ତ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ କେବେ ସୁଦ୍ଧା ଓଡ଼ିଶା ରାଜ୍ୟ ସରକାର ଏହାର ମାଲିକାନା ସତ୍ତ୍ୱେ ପ୍ରାପ୍ତ ହେବ କି ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ବିଧାନସଭା ରେ ପ୍ରଶ୍ନ କରିଥିଲେ। ଏନେଇ :ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହୁମ୍ମା ଠାରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଲବଣ ଉତ୍ପାଦନ ଚାଷ ଜମିର କେବଳ ପରିଚାଳନା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୨୦୧୯ ମସିହାରେ ପ୍ରସ୍ତାବ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଏହି ବିଭାଗ ପତ୍ର ସଂଖ୍ୟା ୧୨୭୦୬,ତା ୧୬.୦୩.୨୦୨୦ ରିଖ ଦ୍ୱାରା ଉକ୍ତ ଜମିର ପରିଚାଳନା ପରିବର୍ତ୍ତେ ସମ୍ପୂର୍ଣ ମାଳିକାନା ରାଜ୍ୟ ସରକାରଙ୍କ ସପକ୍ଷରେ ହସ୍ତାନ୍ତର ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ତରଫରୁ ଏ ସମ୍ବନ୍ଧରେ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ତେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ୨୫ତମ ଇଷ୍ଟର୍ନ ଜୋନାଲ କାଉନସିଲ ମିଟିଙ୍ଗରେ ଉକ୍ତ ପ୍ରସ୍ତାବର ବିଚାର ନିମନ୍ତେ ସାମିଲ ହୋଇଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ