ହୁମ୍ମା ସଲଟ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ହୁମ୍ମା ସଲଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ନିରଞ୍ଜନ ରଥ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍ସବ ର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରି ଏକ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ,l ମୁଖ୍ୟବକ୍ତା ଭାବେ ପୂର୍ବତନ ଉପ-ବାଚସ୍ପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ଦୀର୍ଘଦିନ ପରେ ଅନୁଷ୍ଠାନରେ ପାଦ ଦେଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଏଠାରେ ବିଜ୍ଞାନ ବିଭାଗ ଖୋଲିବାକୁ ବର୍ତମାନର ବିଧାୟକଙ୍କୁ ଅନୁରୋଧ କରିବା ସ‌ହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।ଏହି ଅନୁଷ୍ଠାନର ପୂର୍ବତନ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ରଘୁନାଥ ସାହୁ,ହୁମ୍ମା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜାନକୀ ଦାସ, ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ସମାଜସେଵୀ ପ୍ରତିନିଧ ରଙ୍କନିଧ୍ ପ୍ରଧାନ,ଗଡ଼ ହୁମ୍ମା ରାଜ ରାଘବେନ୍ଦ୍ର ନାରାୟଣ ଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ବରିଷ୍ଠ ଅଧ୍ୟାପକ ଶ୍ରୀ ଗୌରହରି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ I ଅଧ୍ୟାପକ ଭରତ ନାହାକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଅଧ୍ୟାପକ ସୁଧୀରକାନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ବନିତା ଶତପଥୀ, ଶର୍ମିଷ୍ଠା ସାମନ୍ତରାୟ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଉତ୍ସବ ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଈଥିଲା ଏବଂ ସଭା ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଈଥୁଲା । ଏହି କାର୍ଯ୍ୟକ୍ରମ କୁ ବାବୁନି ନାୟକ, ସ୍ବାଗତିକା ମହାନ୍ତି, ଜଗଦୀଶ ବିଶ୍ଵାଳ,ମୋହନ ସୁନ୍ଦର ପଣ୍ଡା, ବିନାୟକ ସାହୁ, ବିଜୟ ସାହୁ ପରିଚାଳନା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ