ହୁମ୍ମା ହାଟ କୁ ସଂକୁଚିତ ନ କରିବା ନିମନ୍ତେ ଦାବୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଂଜାମ ଜିଲ୍ଲା ହୁମ୍ମା ସାପ୍ତାହିକ ହାଟରେ ନିର୍ମାଣଧିନ ପାଚେରୀକୁ ଜାତୀୟ ରାଜପଥର ୩ ମିଟର ପରିସର ଭିତରେ ନିର୍ମାଣ କରିବା ଲାଗି ସୋମବାର ବ୍ୟବସାୟୀ ଓ କ୍ରେତା ମାନଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଧିର କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ବ୍ୟବସାୟୀମାନେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୬୦ ବର୍ଷ ଧରି ହୁମ୍ମା ସାପ୍ତାହିକ ହାଟରେ ବିଭିନ୍ନ ପ୍ରକାର ବ୍ୟବସାୟୀ ମାନେ ସେମାନଙ୍କ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହା ବ୍ୟତିତ ବହୁ ବର୍ଷ ପୂର୍ବରୁ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ ହୋଇ ଆସୁ ଅଛି , ପ୍ରାୟ ୧୩ ଖଣ୍ଡ ଗ୍ରାମର ଠାକୁର ବିମାନ ଯୋଗେ ଏଠାରେ ମେଳଣ ହୋଇ ୨ଦିନ ଧରି ଯାତ୍ରା ହୋଇଥାଏ । ଉକ୍ତ ଯାତ୍ରା ରେ ମଧ୍ୟ ଅଖପାଖ ଅଂଚଳରୁ ବହୁ ଭକ୍ତ ଓ ଦର୍ଶକ ସମାଗମ ହୁଅନ୍ତି । ହୁମ୍ମା ସାପ୍ତାହିକ ହାଟରେ ମତ୍ସ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପାଚେରୀ ନିର୍ମାଣ କରାଯାଉଛି, ଯାହା ଦ୍ୱାରା ହୁମ୍ମା ସାପ୍ତାହିକ ହାଟଟି ସଙ୍କୁଚିତ ହେବାର ଆଶଙ୍କା ରହୁଛି ଏଣୁ ଜାତୀୟ ରାଜପଥ ଠାରୁ ମାତ୍ର ୩ ମିଟର ଦୂରତା ରେ ସମ୍ମୁଖ ପାଚେରୀ ନିର୍ମାଣ କରିବା ପାଇଁ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଗଂଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଧୀର କୁମାର ବିଶ୍ୱାଳ ଙ୍କ ସମେତ ବହୁ ବ୍ୟବସାୟ ଓ କ୍ରେତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ