ହୁ ହୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର
ନବରଙ୍ଗପୁର,(ୱାଇଏନଏସ): ହୁ ହୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର । ନବରଙ୍ଗପୁର ସହର ପଠାଣସାହି ସାଇବାବା ମନ୍ଦିର ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ରୁ ହଠାତ ସର୍ଟସର୍କିଟ ରୁ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହୁ ହୁ ହୋଇ ଟ୍ରାନ୍ସଫର୍ମର ଟି ଜଳି ଯାଇଥିଲା । ଟ୍ରାନ୍ସଫର୍ମର ଟି ଜଳି ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଖବର ଦେଇଥିଲେ । ବହୁ କସରତ ପରେ ଦୁଇଟି ଅଗ୍ନିଶମ ବାହିନୀ ଗାଡି ନିଆଁ କୁ ଆୟତ୍ତ କରିଥିଲା । ସ୍ଥାନୀୟ ସାହିରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସହର ର ପ୍ରାୟ ଅଧା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାବେଳେ ସମ୍ପୂର୍ଣ୍ଣ ଅଂଚଳ ଅନ୍ଧାର ହୋଇଯାଇଛି । ନିଆଁ ରେ କାହାର କିଛି କ୍ଷତି ଘଟିନଥିବା ସୂଚନା ମିଳିଛି ।ଘଟଣା ସ୍ଥଳ ରେ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି କିଭଳି ବିଦ୍ୟୁତ ସରବରାହ ସ୍ୱାଭାବିକ କରାଯିବ ସେନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।


