ହୃଦଘାତରେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ଗ୍ରାମ୍ୟବ୍ୟାଙ୍କ ମ୍ୟାନେଜର ଅମିତ କୁମାର ଆଶଙ୍କର ୬୬ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ବାଲେଶ୍ୱର ସହରର ହେମକାପଦା ମଣ୍ଡଳବଗିଜା ବାସଭବନରେ ଥିବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର କେୟାର ହସପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩ଟା ୩୦ ମିନିଟରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ପତ୍ନୀ ଶ୍ୟାମଳୀ ଆଶଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ । ଗୁରୁବାର ବାଲିଘାଟ ଶ୍ମଶାନରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ୮ ଭାଇ ଓ ପୁତୁରାଙ୍କ ସମେତ ସମ୍ପର୍କୀୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ହୋଇଥିଲା ।ଏକମାତ୍ର ପୁତ୍ର ଅର୍ପଣ କୁମାର ଆଶ ମୁଖାଗ୍ନି ଦେଇଥିଲେ । ଗ୍ରାମ୍ୟବ୍ୟାଙ୍କର ବିଭିନ୍ନ ଶାଖାର ପରିଚାଳକ ଭାବେ ସୁଚାରୁରୂପେ କାର୍ଯ୍ୟ କରି ସେ ଖନ୍ତାପଡ଼ା ଶାଖାରୁ ଅବସର ନେଇଥିଲେ । ଜଣେ ପରୋପକାରୀ, ଦରଦୀ, ମିଷ୍ଟଭାଷୀ ତଥା ମେଳାପୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ