ହୃଦଘାତରେ ପୂର୍ବତନ ୱାର୍ଡସଭ୍ୟଙ୍କ ପରଲୋକ

ବେଲଗୁଣ୍ଠା,(ସନ୍ତୋଷ ବିଶୋଇ): ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ପଞ୍ଚାୟତ ବାସୁଦେବପୁର ଗ୍ରାମର ରାଜେନ୍ଦ୍ର ଶତପଥୀ (୬୦)ଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି | ସେ ଆଜି ସକାଳ ୭ ଘଣ୍ଟା ସମୟରେ ସ୍ନାନ କରିବା ପାଇଁ ନିକଟସ୍ଥ କାଳିଆମ୍ବା ନାଳକୁ ଯାଇଥିଲେ | ଦିନ ସାଢେ ଦଶଟା ପରେ ମଧ୍ୟ ଘରକୁ ନ ଫେରିବାରୁ ଘର ଲୋକେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ | କିଛି ଲୋକଙ୍କ କହିବା ଅନୁସାରେ ସେ ଶୌଚ ହେବା ପାଇଁ ଯାଇଥିବା ସମୟରେ ଟଳି ପଡ଼ିଥିବା ଜଣା ପଡ଼ିଥିଲା ତାଙ୍କୁ ଉଦ୍ଧାର କରି ଘରକୁ ଆଣିବା ପରେ ତାଙ୍କର ହୃଦଘାତରେ ପରଲୋକ ହୋଇଥିବା ଜଣା ପଡ଼ିଥିଲା | ନିଜ ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା | ସେ ବାସୁଦେବପୁରରୁ ଦୁଇଥର ୱାର୍ଡସଭ୍ୟ ଭାବେ ପ୍ରତିନିଧିତ୍ଵ କରିଥିଲେ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ | ସେ ରାଜୁ ପୁରୋହିତ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ ତାଙ୍କ ମୃତ୍ୟୁରେ ଗୋବରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ,ରାମେଶ୍ଵର ରାଉତ,ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୂମ୍ନ ପାତ୍ର ଏବଂ କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ