ହୃଦଘାତରେ ଯୁବକଙ୍କ ପରଲୋକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ ଏ  ସି ଜନତା ଲେନ ବାସିନ୍ଦା ଦ୍ବାରିକାନାଥ ପାଣିଗ୍ରାହୀ (ଲିଟୁ) ନାମକ ଯୁବକଙ୍କ ଗୁରୁବାର ଭୋର ରେ ହୃଦଘାତରେ ପରଲୋକ ହୋଇଯାଇଛି । ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ରେ ସେ  ବେଶ୍ ପରିଚିତ ରହିଥିଲେ । ସେ ବିବାହ,ବ୍ରତ,ଜନ୍ମଦିନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ର ଭିଡିଓ କୁ ଏଡିଟିଂ କରୁଥିଲେ। ସେଥିରେ ସେ ବେଶ ପାରଙ୍ଗମତା ଅର୍ଜନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିବା ବେଳେ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ସହରରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ତାଙ୍କ ଶେଷ ଦର୍ଶନ ନିମନ୍ତେ ବାସଭବନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେ ଅବିବାହିତ ରହିଥିବା ବେଳେ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ମାଆ , ଭାଇ , ଭାଉଜ, ଝିଆରୀ ଉପସ୍ଥିତ ଥିଲେ।  ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ