ହୃଦଘାତରେ ଶିକ୍ଷକଙ୍କ ପରଲୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ହୃଦଘାତରେ ପରଲୋକ ଘଟିବା ଘଟଣା ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି I ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା I ସୂଚନା ପ୍ରକାରେ ସ୍ଵର୍ଗତ ପାଢୀ ନିଜ ଘରେ ଖାଇ ବସିଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ବେହୋସ ହୋଇପଡ଼ିଥିଲେ I ପରିବାର ଲୋକେ ତାଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ସେଠାରେ ସ୍ଵର୍ଗତ ପାଢୀଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଆଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ସ୍ଵର୍ଗତ ପାଢୀ ଜଣେ ସରଳ ମଣିଷ ଏବଂ ଛାତ୍ର ବତ୍ସଳ ଶିକ୍ଷକ ଥିଲେ I ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, ପୂର୍ବତନ ସଭାପତି ଶଙ୍ଖନାଦ ସେନାପତି, ସମ୍ପାଦକ ବାଳକୃଷ୍ଣ ସାବତ, ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଜରାମ ତରାଇଙ୍କ ସମେତ ବେଲଗୁଣ୍ଠା ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଵର୍ଗତ ପାଢୀଙ୍କ ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ସ୍ଵର୍ଗତ ପାଢୀଙ୍କ ବାସଭବନରେ ପହଞ୍ଚି ଅନ୍ତ୍ୟେଷ୍ଟି କ୍ରିୟା ନିମିତ୍ତ 10000 ଟଙ୍କାର ସରକାରୀ ସହଯୋଗ ରାଶି ପ୍ରଦାନ କରିଥିଲେ I ସ୍ଵର୍ଗତ ପ୍ରଦୀପଙ୍କ ପତ୍ନୀ ପୂର୍ବରୁ ସ୍ଵର୍ଗାରୋହଣ କରିଥିବା ବେଳେ ତାଙ୍କର ପିତୃମାତୃ ଛେଉଣ୍ଡ ଦୁଇ ପୁତ୍ରଙ୍କୁ ତୁରନ୍ତ ସରକାର ସହଯୋଗ କରିବା ପାଇଁ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ