ହୃଦଘାତ ରେ ଶିକ୍ଷକଙ୍କ ପରଲୋକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ର ଶିକ୍ଷକ ଆଖଣ୍ଡଳ ନାୟକ ଙ୍କ ଶୁକ୍ରବାର ଅପରାହ୍ନ ରେ ହୃଦଘାତ ରେ ପରଲୋକ ଘଟିଛି।ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସେ ଶିକ୍ଷକତା କରୁଥିଲେ।ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମେନ ରୋଡ଼ ଘରେ ସେ ଏକୁଟିଆ ଥିଲେ। ସ୍ତ୍ରୀ ଓ ପିଲା ମାନେ ଶ୍ବଶୁର ଘରେ ଥିଲେ। ଖବର ପାଇ ସମ୍ପର୍କୀୟ ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।


