ହୃଦାନନ୍ଦ ଥିଲେ ସାଲିସ ବିହୀନ ସମ୍ରାଟ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧୂଷୁରୀ ବଜାର ସ୍ଥିତ ହୃଦାନନ୍ଦ ପାଠାଗାରରେ ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ ୟୁନିୟନ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍ଯକ୍ଷ ରତିକାନ୍ତ ନାୟକ, ବରିଷ୍ଠ ସଭ୍ୟ ସିଦ୍ଧାର୍ଥ ଶଙ୍କର ମିଶ୍ର, ସମାଜସେବୀ ପ୍ରଫୁଲ୍ଲ ମହାଳିକ, ସଞ୍ଜୀବ ରଣା, ଅମିତ ମିଶ୍ର, ଖଗେଶ୍ବର ପାଗଳ, ଉମେଶ ତ୍ରୀପାଠୀ, ଅଜୟ ମଲ୍ଲିକ, ସନ୍ତୋଷ ରାୟ, ଭୂପେନ୍ଦ୍ର ନାୟକ, ଅନନ୍ତ ନାୟକ ପ୍ରମୁଖ ଯୋଗଦେଇ ହୃଦାନନ୍ଦ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ଜଣେ ଦରଦୀ ମଣିଷ । ତାଙ୍କ ଅନୁପସ୍ଥିତି ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇଛି ଵୋଲି ମତ ପ୍ରକାଶ ପାଇଥିଲା । ସେ ଥିଲେ ସାଲିସ ବିହୀନ ସମ୍ରାଟ୍ ବୋଲି ବକ୍ତା ମାନେ କହିଥିଲେ ।