ହୃଦ୍ଘାତରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଶ୍ରୀବନ୍ତପୁର ଗ୍ରାମର କାର୍ତ୍ତିକେଶ୍ୱର ଜେନାଙ୍କ ଧର୍ମପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସାବିତ୍ରୀ ଦେବୀ(୭୩)ଙ୍କର ଗତ ୧୭ ତାରିଖରେ ହୃଦ୍ଘାତରେ ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ୫ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡ ପୁଅ କିଶୋର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପାଇ ବନ୍ତ ସରପଞ୍ଚ ମାନସୀରାଣୀ ରାଉତ, ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, କୃଷକ ସଭାର ବ୍ଲକ ସଭାପତି ସୁବାଷ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ଅଡିଟର ବଳରାମ ଜେନା, ଯୁବ ନେତା ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଁରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଗତ ୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


